ARTICLE AD BOX
ଢାକା: ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ବାଂଲାଦେଶ ପ୍ରସ୍ତୁତ ଥିବା କହିଛି। ତେବେ ଏଥିପାଇଁ ‘ବଡ଼ ପଡ଼ୋଶୀ’ ଭାରତ ଆଗକୁ ଆସି ସକ୍ରିୟ ଭାବେ ପଦକ୍ଷେପ ନେବ ବୋଲି ଢାକା ଆଶା କରୁଛି। ବାଂଲାଦେଶ ଜାତୀୟ ସଂସଦର ମୁଖ୍ୟ ସଚେତକ ନୁରୁଲ ଇସ୍ଲାମ ମୋନି ସୋମବାର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ ଏହା କହିଛନ୍ତି।
ମୋନି କହିଛନ୍ତି, ଭାରତ ଏକ ବଡ଼ ଓ ପଡ଼ୋଶୀ ଦେଶ ହୋଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରଥମ ପଦକ୍ଷେପ ଆଶା କରାଯାଉଛି। ଭାରତ ହାତ ବଢ଼ାଇଲେ ବାଂଲାଦେଶ ମଧ୍ୟ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ପ୍ରସ୍ତୁତ ଅଛି। ଦୁଇ ଦେଶର ସମ୍ପର୍କ ସମାନତା, ସାର୍ବଭୌମତ୍ୱ, ପାରସ୍ପରିକ ସମ୍ମାନ ଓ ବୁଝାମଣା ଉପରେ ଆଧାରିତ ହେବା ଉଚିତ ବୋଲି ସେ କହିଛନ୍ତି।
ଚୁକ୍ତିରେ ପରିବର୍ତ୍ତନ ଆବଶ୍ୟକ
ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ୧୦୧ଟି ଚୁକ୍ତିର ସମୀକ୍ଷା ପ୍ରସଙ୍ଗରେ ମଧ୍ୟ ମୋନି ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଚୁକ୍ତିଗୁଡ଼ିକୁ ବାତିଲ କରିବା ଉଦ୍ଦେଶ୍ୟ ନୁହେଁ, ବରଂ କେଉଁ ଚୁକ୍ତିରେ ପରିବର୍ତ୍ତନ ଆବଶ୍ୟକ ଏବଂ ଉଭୟ ଦେଶ କିପରି ଲାଭବାନ ହେବେ, ତାହା ଦେଖିବା ହିଁ ସମୀକ୍ଷାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଭାରତ ଗସ୍ତ ନେଇ ମଧ୍ୟ ମୋନିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ନିର୍ଦ୍ଦିଷ୍ଟ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବା ସେ କହିଛନ୍ତି।
ଦୁଇ ଦେଶର ସରକାର ଓ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଓ ସୁବିଧା ଅନୁଯାୟୀ ଗସ୍ତର ତାରିଖ ନିର୍ଦ୍ଧାରିତ ହେବ ବୋଲି ସେ କହିଛନ୍ତି। ସେହିପରି ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ସମ୍ପର୍କିତ ଦ୍ୱିପାକ୍ଷିକ ବୁଝାମଣାଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ଆଇନ ଅନୁଯାୟୀ ମାମଲାଗୁଡ଼ିକର ସମାଧାନ ହେବା ଉଚିତ ବୋଲି ମୋନି କହିଛନ୍ତି।
Modern Education: ବଦଳୁଛି ଶ୍ରେଣୀଗୃହ, ବଢ଼ୁଛି ଶିକ୍ଷକଙ୍କ ଚାପ, ପାଠପଢ଼ା ସହ ଅଭିଭାବକଙ୍କ ଚାପ
ଭାରତ ମଧ୍ୟ ନିକଟରେ ବାଂଲାଦେଶ ସହ ସମ୍ପର୍କକୁ ‘ସକାରାତ୍ମକ, ଗଠନମୂଳକ ଓ ଭବିଷ୍ୟତମୁଖୀ’ କରିବାକୁ ଆଗ୍ରହ ପ୍ରକାଶ କରିଛି। ସେପ୍ଟେମ୍ବର ୨୨ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ, ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ। ଏହା ମଧ୍ୟରେ ବାଂଲାଦେଶର ବୈଦେଶିକ ସଚିବ ଆସାଦ ଆଲମ ସିଆମ୍ଙ୍କୁ ଭାରତରେ ନୂଆ ହାଇକମିସନର ଭାବେ ନିଯୁକ୍ତ କରାଯିବା ପ୍ରକ୍ରିୟା ଆଗକୁ ବଢ଼ିଛି। ଏହା ସହ ତାରିକ୍ ରହମାନଙ୍କ ପ୍ରଥମ ଭାରତ ଗସ୍ତ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି।

1 hour ago
1


