ARTICLE AD BOX
ଅଭିଯୁକ୍ତକୁ ଗ୍ରାମବାସୀ ବାନ୍ଧି ପୁଲିସର ଜିମା ଦେଲେ, ଅନ୍ୟ ଦୁଇ ଅଭିଯୁକ୍ତ ଫେରାର
ରାଇଘର (ଦେବେନ୍ଦ୍ର ମିଶ୍ର):ନବରଙ୍ଗପୁରଜିଲ୍ଲା ରାଇଘର ଥାନା ଅଧୀନ ଖୁଟୁଗାଁ ଠାରେ ଏକ ଲଜ୍ୟାଜନକ ଘଟଣା ଘଟିଛି l ଆଜି(ସୋମବାର) ସନ୍ଧ୍ୟାରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ଜଙ୍ଗଲ ଭିତରକୁ ଭିଡ଼ି ନେଇ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି l ଅଭିଯୁକ୍ତ ଯୁବକକୁ ଗ୍ରାମର କିଛିଲୋକ କାବୁ କରି ବାନ୍ଧି ରଖି ପୁଲିସକୁ ଖବର ଦେଇଥିବା ବେଳେ ଅନ୍ୟ ଦୁଇ ସାଥୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।
Woman Passenger molested ରାଉରକେଲା ରେଳ ଷ୍ଟେସନରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଭାଲ୍ଭମ୍ୟାନ୍ ଅଟକ
ଅଭିଯୋଗ ଅନୁଯାୟୀ, ଆଜି (ସୋମବାର) ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଇଘର ପଂଚାୟତ ଅନ୍ତର୍ଗତ ଖୁଟୁଗାଁ ଜଙ୍ଗଲ ମଧ୍ୟରୁ ଜଣେ ବୃଦ୍ଧାଙ୍କ ଚିତ୍କାର ଶୁଣି ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ l ଏହି ସମୟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଜଙ୍ଗଲରୁ ଦୌଡ଼ି ପଳାଉଥିବା ବେଳେ ଯୁବକମାନେ ତାକୁ କାବୁ କରିଥିଲେ। ଜଙ୍ଗଲ ମଧ୍ୟରୁ ପୀଡ଼ିତା ବୃଦ୍ଧାଙ୍କୁ ଉଦ୍ଧାର କରି ଖୁଟୁଗାଁ ଓ ଚଲାଣପାରା ଗ୍ରାମବାସୀଙ୍କୁ ଖବର ଦେଇଥିଲି l ପଚରାଉଚରା ସମୟରେ ବୃଦ୍ଧାଜଣକ ତାଙ୍କୁ ଧରାପଡ଼ିଥିବା ଯୁବକଜଣକ ବଳାତ୍କାର କରିଥିବା କହିଥିଲେ।
/filters:format(webp)/sambad/media/media_files/2026/09/28/old-woman-molestation-2026-09-28-21-09-13.jpeg)
ଅଭିଯୁକ୍ତ ଜଣକ କୁରାବେଡ଼ା ପଂଚାୟତ ଅନ୍ତର୍ଗତ କୋଳିଆପଦର ଗ୍ରାମର ପିଲାରାମ ଗଣ୍ଡ।
Minor kidnapped and Molested ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ କାରାଦଣ୍ଡ
ପୀଡ଼ିତା ବୃଦ୍ଧା ଜଣକ ସନ୍ଧ୍ୟା ସାଢେ ୫ଟା ସମୟରେ ଚଲାଣପାରା ଗ୍ରାମରୁ ନିଜ ଝିଅ ଘର ଖୁଟୁଗାଁକୁ ଚାଲି ଚାଲି ଯାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା ପିଲାରାମ ଓ ତାର ଦୁଇଜଣ ସାଙ୍ଗ ବୃଦ୍ଧାଙ୍କୁ ଏକୁଟିଆ ଦେଖି ଜଙ୍ଗଲ ଭିତରକୁ ଟେକିନେଇ ବଳାତ୍କାର କରିଥିଲେ। ବୃଦ୍ଧା ଜଣକକୁ ଅର୍ଦ୍ଧଚେତନ ଅବସ୍ଥାରେ ଛାଡ଼ି ଅଭିଯୁକ୍ତମାନେ ଫେରାର୍ ହୋଇଯିବାକୁ ଉଦ୍ୟମ କରି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରି ରାଇଘର ମେଡିକାଲ ରେ ଭର୍ତ୍ତି କରିବା ସହିତ ପିଲାରାମକୁ କାବୁ କରି ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲେ l ଏ ନେଇ ପୀଡ଼ିତା ବୃଦ୍ଧାଙ୍କ ପୁଅ ରାଇଘର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ l ଅଭିଯୁକ୍ତ ପିଲାରାମକୁ ଅଟକ ରଖି ପୁଲିସ ପଚରା ଉଚରା କରୁଥିବା ଜଣାଯାଇଛି।

59 minutes ago
1


