Baitarani river: ଦଶରଥପୁରରେ ୧୦୦ ଫୁଟ୍‌ ଧସିଲା ବୈତରଣୀ ନଦୀର ମୁଖ୍ୟବନ୍ଧ

1 hour ago 3
ARTICLE AD BOX

ଦଶରଥପୁର (ଚନ୍ଦ୍ରଶେଖର ସାହୁ):ଯାଜପୁରଜିଲ୍ଲା ଦଶରଥପରୁ ବ୍ଲକ ଦୁଦୁରାଅଣ୍ଟା ପଂଚାୟତ କୁଅରସାହି ଘାଇକୂଳ ଠାରେ ବୈତରଣୀ ନଦୀ ମୁଖ୍ୟ ବନ୍ଧ ଠାରେ ପ୍ରାୟ ୧୦୦ ଫୁଟ ଧସିଯାଇଛି। ବନ୍ଧର ପ୍ରାୟ ୪୦ ପ୍ରତିଶତ ଧସିଯାଇଛି। 

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା  ଏତେ ପରିମାଣରେ ଧସିଯିବା ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାପରେ ଜଳ ସଂପାଦ ବିଭାଗ ପହଂଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଲୋକେ ଆତଙ୍କିତ ହୋଇ ଶହ ଶହ ଲୋକଙ୍କ ଭିଡ଼ ଲାଗିବାରୁ ନିୟନ୍ତ୍ରଣ ପାଇଁ ମଙ୍ଗଳପୁର ପୁଲିସ ମୁତୟନ ହୋଇଛନ୍ତି। ଜଳ ସମ୍ପଦ ଏସଇ, ଏସଡିଓ, ଜେଇଙ୍କ ଉପସ୍ଥିତ ରେ ମରାମତି କାର୍ଯ୍ୟ ଚାଲିଛି। 

Baitarani River: ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

ସୂଚନା ଥାଉକି ଧସିଥିବା ସ୍ଥାନଟି ୧୯୯୯ ମସିହାରେ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ସେବେଠାରୁ ଏକ ୧୦୦ ଗଭୀରର ପୋଖରୀ ହୋଇଥିଲା। ସେବେଠୁ ସେଠାରେ ଉକ୍ତ ସ୍ଥାନଟିକୁ ମରାମତି କରାଯାଇନଥିଲା କିମ୍ବା ଗାର୍ଡ ୱାଲ ନିର୍ମାଣ କରାଯାଇନଥିବା ଅଭିଯୋଗ ହୋଇଛି । ବିପରୀତ ଦିଗରେ ଚୋର ବାଲି ଲୁଟ କରାଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.