ARTICLE AD BOX
ନୂଆଦିଲ୍ଲୀ: ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଭାରତୀୟ ବ୍ୟାଡ୍ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ବିଡବ୍ଲ୍ୟୁଏଫ୍ ବିଶ୍ବ ପ୍ରତିଯୋଗିତାର ମହିଳା ଯୁଗଳରେ ଭାରତର ୧୫ ବର୍ଷର ପଦକ ମରୁଡ଼ି ଅନ୍ତ ଘଟାଇଛନ୍ତି। ଏଠାରେ ଚାଲିଥିବା ବିଶ୍ବ ପ୍ରତିଯୋଗିତାରେ ମହିଳା ଯୁଗଳ ସେମିଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ପ୍ରବେଶ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଫଳରେ ୨୦୧୧ରେ ଜ୍ବାଲା ଗୁଟ୍ଟା ଓ ଅଶ୍ବିନ ପୁନ୍ନପ୍ପାଙ୍କ କାଂସ୍ୟ ପଦକ ପରେ ମହିଳା ଯୁଗଳରେ ଏହା ଭାରତର ପ୍ରଥମ ପଦକ।
୧୫ ବର୍ଷ ପ୍ରତୀକ୍ଷାର ଅନ୍ତ
ଶୁକ୍ରବାର ମହିଳା ଯୁଗଳ ପ୍ରିକ୍ବାର୍ଟରଫାଇନାଲ୍ରେ ତ୍ରିଶା ଓ ଗାୟତ୍ରୀ କଡ଼ାସଂଘର୍ଷ କରି ୧୬-୨୧, ୨୧-୧୫, ୨୧-୧୩ରେ ବିଶ୍ବର ୪ ନମ୍ବର ଚୀନ୍ର ଜିଆ ୟିଫାନ ଓ ଝାଙ୍ଗ ସୁଝିଆନ୍ଙ୍କୁ ପରାସ୍ତ କରିଥିଲେ। ପ୍ରଥମ ଗେମ୍ ହାରିବା ପରେ ଭାରତୀୟ ଯୋଡ଼ି ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ଗେମ୍ ଜିତି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ।
FIH Hockey: ଏଫ୍ଆଇଏଚ୍ ହକି ବିଶ୍ବକପ୍: ଶନିବାର ସେମି ପଥ ଲାଗି ନେଦରଲାଣ୍ଡ୍ସକୁ ଭେଟିବ ଭାରତ

1 hour ago
2


