ARTICLE AD BOX
କୁମାମୋଟୋ:ଜାପାନରେ ଚାଲିଥିବା କୁମାମୋଟୋ ମାଷ୍ଟର୍ସ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ବିଶ୍ୱର ୧୦ ନମ୍ବର ଇଣ୍ଡୋନେସିଆର ଆଲୱି ଫରହାନଙ୍କୁ ୨୧-୧୨, ୧୫-୨୧, ୨୧-୧୧ରେ ପରାସ୍ତ କରି ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛନ୍ତି।
ଫାଇନାଲ୍ସରେ ଯୋଗ୍ୟତା ହାସଲ କରିବା ଆଶା ଉଜ୍ଜ୍ୱଳ
ଏହି ବିଜୟ ସହ ସେ ହାଙ୍ଗଝୋଉରେ ହେବାକୁ ଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ ଯୋଗ୍ୟତା ହାସଲ କରିବା ଆଶା ଉଜ୍ଜ୍ୱଳ ହୋଇଛି। ନିକଟରେ ହାଇଲୋ ଓପନ୍ ଟାଇଟଲ୍ ଜିତିଥିବା ଲକ୍ଷ୍ୟ ଏବେ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ରାଙ୍କିଂରେ ୬୪,୯୮୦ ପଏଣ୍ଟ ସହ ୧୨ତମ ସ୍ଥାନରେ ଅଛନ୍ତି। ଋତୁର ଶେଷ ପ୍ରତିଯୋଗିତାରେ ସ୍ଥାନ ପାଇବା ପାଇଁ ତାଙ୍କୁ ଶ୍ରେଷ୍ଠ ୮ ମଧ୍ୟକୁ ଉଠିବାକୁ ପଡ଼ିବ। ଫାଇନାଲ୍ରେ ଲକ୍ଷ୍ୟ ଜାପାନର କୋକି ୱାତାନାବେ କିମ୍ବା ଥାଇଲାଣ୍ଡର କୁନଲାଭୁତ୍ ଭିତିଦସର୍ଣ୍ଣଙ୍କୁ ଭେଟିବେ।
Football: ଫୁଟବଲ୍ ଖେଳାଳି ଡି’ ମିଗୁଏଲ୍ ମୃତ୍ୟୁ ମାମଲା: ଓୱୋନୋଙ୍କୁ ୧୨ ମ୍ୟାଚ୍ ବାସନ୍ଦ

2 days ago
2


