Badminton Championship: ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ବ୍ୟାଡମିଣ୍ଟନ୍‌ରେ ଚାମ୍ପିୟାନ

1 hour ago 2
ARTICLE AD BOX

ରାଇରଙ୍ଗପୁର (ତୁ‌ଷାର କାନ୍ତ ମହାନ୍ତ): ଜଣେ ଦକ୍ଷ ଖେଳାଳିର ଭୂମିକା ଗ୍ରହଣ କରିପାରିଛନ୍ତି ମନୀଷ ପାଲ। ମୟୂରଭଂଜ ଜିଲ୍ଲାସ୍ତରୀୟ ଖେଳ ପାଇଁ ନିଜସ୍ୱ ପ୍ରତିଭା ଦେଖାଇ ପାରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ନିରବଚ୍ଛିନ୍ନ ପରିଶ୍ରମ ବଳରେ ବ୍ୟାଡମିଣ୍ଟନ୍ କ୍ଷେତ୍ରରେ ରାଇରଙ୍ଗପୁର ପାଇଁ ଗୌରବ ଆଣିଛନ୍ତି ଉଦୀୟମାନ ଖେଳାଳି ହେଉଛନ୍ତି ମନୀଷ କୁମାର ପାଲ। 

ମୟୂରଭଞ୍ଜଜିଲ୍ଲାବ୍ୟାଡମିଣ୍ଟନ୍ ଆସୋସିଏସନ ପକ୍ଷରୁ ବାରିପଦାସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଦୁଇଦିନ ଧରି ୟୋନେକ୍ସ ସନରାଇଜ୍ ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍-୨୦୨୬ରେ ମନୀଷ ପୁରୁଷ ଡବଲ୍ସ ବିଭାଗରେ ଚାମ୍ପିଅନ୍ ହୋଇଛନ୍ତି। କୌଣସି ଆନୁଷ୍ଠାନିକ କୋଚିଂ କିମ୍ବା ପ୍ରଶିକ୍ଷକଙ୍କ ସହାୟତା ବିନା ମନୀଷ ନିଜ ଉଦ୍ୟମରେ ବ୍ୟାଡମିଣ୍ଟନ୍ ଅଭ୍ୟାସ କରି ଏହି ସଫଳତା ହାସଲ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ପାଠ ସହିତ ଦୈନିକ ୨ ଘଣ୍ଟାରୁ ୪ ଘଣ୍ଟା ଖେଳ ଅଭ୍ଯାସ କରିଥାନ୍ତି। 

ଖେଳ ପ୍ରତି ଗଭୀର ଆଗ୍ରହ, ନିୟମିତ ଅଭ୍ୟାସ ଓ ଦୃଢ଼ ମନୋବଳ ତାଙ୍କୁ ଏହି ସଫଳତା ଦେଇଛି ବୋଲି ପରିବାର ବର୍ଗ ତଥା ପିତାମାତା ଗଣମାଧ୍ୟମକୁ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ୨ ଥର ରାଜ୍ୟସ୍ତରୀୟ ଚାମ୍ପିଅନସିପ୍ ଜିତି ନିଜ ପ୍ରତିଭାର ପରିଚୟ ଦେଇସାରିଛନ୍ତି।କେବଳ କ୍ରୀଡ଼ା ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ମନୀଷଙ୍କ ସଫଳତା ଅବଦାନ ରହିଛି। ମନୀଷ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଭାବେ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। 

Badminton: ଇଣ୍ଡିଆ ଓପନ୍‌ ବ୍ୟାଡମିଣ୍ଟନ୍‌: ଅସ୍ବାସ୍ଥ୍ୟକର ଖେଳ ପରିବେଶକୁ ନେଇ ଡେନମାର୍କ ଖେଳାଳିଙ୍କ ଅସନ୍ତୋଷ

ରାଇରଙ୍ଗପୁରରେ +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗରେ ଅଧ୍ୟୟନରତ।ମନୀଷ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧ର ବାସିନ୍ଦା ଅଟନ୍ତି। ମାନୀଷ ହେଉଛନ୍ତି ସାମ୍ବାଦିକ ସତ୍ୟନାରାୟଣ ପାଲ ଓ ମୀନାକ୍ଷୀ ରାଣୀ ପାଲଙ୍କ ସୁପୁତ୍ର। ତାଙ୍କ ଏହି ସଫଳତାରେ ରାଇରଙ୍ଗପୁର ଅଞ୍ଚଳର ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଭବିଷ୍ୟତରେ ମନୀଷ ରାଜ୍ୟ ତଥା ଜାତୀୟସ୍ତରରେ ନିଜ ପ୍ରତିଭାର ପରିଚୟ ଦେଇ ରାଇରଙ୍ଗପୁର ଓ ମୟୂରଭଞ୍ଜର ନାମ ଉଜ୍ଜ୍ୱଳ କରିବେ ବୋଲି ରାଇରଙ୍ଗପୁର ର କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀ ମାନେ ଆଶାବାଦୀ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.