Babusan: ବାବୁସାନ୍‌ଙ୍କ ପ୍ୟାନ୍ ଇଣ୍ଡିଆ ସିନେମା: ‘ନବରୂପ’, କୋରାପୁଟରେ ଫିଲ୍ମର ସୁଟିଂ ଜାରି

2 days ago 2
ARTICLE AD BOX

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ପ୍ୟାନ୍ ଇଣ୍ଡିଆ ସିନେମାର ଟାଇଟଲ୍ ଘୋଷଣା କରାଯାଇଛି। ଏହାର ଟାଇଟଲ୍ ‘ନବଗୁଞ୍ଜର’ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏହାରଶୀର୍ଷକବିଧିବଦ୍ଧ ଭାବେ ଘୋଷିତ ହୋଇଛି। ‘ନବଗୁଞ୍ଜର’  ନୁହେଁ ‘ନବରୂପ’ ବୋଲି ଏହାର ଟାଇଟଲ୍ ଜଣାଯାଇଛି।

ସୂଚନାଯୋଗ୍ୟ, କିଛି ମାସ ତଳେ ଏହି ସିନେମାର ପ୍ରଡକସନ୍ ଡିଜାଇନର୍ ତଥା ବଲିଉଡର ପ୍ରଖ୍ୟାତ କଳା ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇ କହିଥିଲେ ଯେ ବାବୁସାନଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ରହିଛି ‘ନବଗୁଞ୍ଜର’। ହେଲେ ପ୍ରକୃତ ନାମ ଏବେ ସାମ୍ନାକୁ ଆସିଛି। ‘ପରବ’ ଫେମ୍ ଚିନ୍ମୟ କୁମାର ଦାସ ଏହାର ନିର୍ଦ୍ଦେଶକ। ତୃପ୍ତି ଶତପଥୀ ଓ ସୋନିଆ ଦୁବେ ଏହାର ପ୍ରଯୋଜନା କରିଛନ୍ତି।

କେବେ ପରଦାକୁ ଆସୁଛି

ଏଥିରେ ବାବୁସାନ‌ଙ୍କ ବ୍ୟତୀତ ବଲିଉଡ ଅଭିନେତା ଆଶୁତୋଷ ରାଣା, ଉଲକା ଗୁପ୍ତା, ରବି ମିଶ୍ର, କେ କେ, ଉଦିତ ଗୁରୁ ଓ ଅନିଶା ପ୍ରମୁଖ ଅଭିନୟ କରୁଥିବାର ସୂଚନା ମିଳିଛି। ଫିଲ୍ମର ସୁଟିଂ କୋରାପୁଟରେ ଆରମ୍ଭ ହୋଇଯାଇଛି। ଏହା ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ବୋଲି ଅବଶ୍ୟ ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ମୁମ୍ବାଇର ଧର୍ମା ପ୍ରଡକସନ୍ସ ଏହାର ବିତରଣ ଦାୟିତ୍ବ ବହନ କରିଛି। ଫିଲ୍ମଟି କେବଳ ଓଡ଼ିଆ ନୁହେଁ, ବରଂ ହିନ୍ଦୀ ଓ ତେଲୁଗୁ ଭାଷାରେ ବି ପ୍ରସ୍ତୁତ ହେଉଛି। ଦେଖାଯାଉ ଫିଲ୍ମର ସୁଟିଂ କେବେ ସରୁଛି ଓ ଏହା କେବେ ପରଦାକୁ ଆସୁଛି।

Entertenment: ଆଠଟି ଟେକ୍‌ରେ ଓକେ ହୋଇଥିଲା ‘ଗୋରୀଲୋ ଗୋରୀ..’

Read Entire Article
LEFT SIDEBAR AD

Hidden in mobile, Best for skyscrapers.