Attack: ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି

2 weeks ago 5
ARTICLE AD BOX

ବିନିକା (ଅକ୍ଷୟ କୁମାର ପୂଜାହାରୀ): ସୁବର୍ଣ୍ଣପୁରଜିଲ୍ଲା ବିନିକା ସହରରେ ଓ ଗ୍ରାମାଞ୍ଚଳରେ ଅସାମାଜିକଙ୍କ ଆତଙ୍କରାଜ୍ ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି। ଗତକାଲି ବିଳମ୍ବିତ ରାତ୍ରୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଯୁବକ ଜଣଙ୍କ ହେଲେ ବିନିକା ବେରିହାପଡାର ଜୟ ବାଗ (୨୫ ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Raid: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜିଙ୍କ ଚଢ଼ାଉ

ସୂଚନାନୁଯାୟୀ, ବିନିକା ସହରର ପାପକ୍ଷୟ ଛକରେ ବେରିହାପଡାର ଜୟ ବାଗଙ୍କୁ କିଛି ଅସାମାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ। ଜୟଙ୍କୁ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର୍ ମାରିଥିଲେ। ଜୟଙ୍କ ଗୋଡ଼, ହାତ, ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବିଳମ୍ଵିତ ରାତିରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କେଉଁ କାରଣରୁ ଯୁବକଙ୍କୁ ଆକ୍ରମଣ କରଯାଇଛି, ତାହା ଅସ୍ପଷ୍ଟ ରାହିଛି। ଏପଟେ ଖବର ପାଇ ବିନିକା ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲେ।

ଲିଖିତ ଅଭିଯୋଗ ହୋଇନାହିଁ

ଏନେଇ ବିନିକା ଥାନା ଆଇଆଇସି ଅନିତା କିଡୋଙ୍କୁ ପଚରା ଯିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ ଅଭିଯୋଗ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.