Asian Under-20 Rugby: ଏସୀୟ ୨୦ ବର୍ଷରୁ କମ୍‌ ରଗ୍‌ବି: ଭାରତୀୟ ମହିଳା ସେମିରେ, ପୁରୁଷଙ୍କ ବିଜୟ

1 hour ago 2
ARTICLE AD BOX

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାରଠାରୁ ଏସୀୟ ରଗ୍‌ବି ସେଭେନ୍ସ (୨୦ ବର୍ଷରୁ କମ୍‌) ପ୍ରତିଯୋଗିତା ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳ ନିଜ ଗ୍ରୁପ୍‌ର ସମସ୍ତ ୩ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିବାବେଳେ ପୁରୁଷ ଦଳ ୩ରୁ ୨ ବିଜୟ ସହ ସମ୍ଭାବନା କାଏମ ରଖିଛି। ମହିଳା ଦଳ ସକାଳଠାରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ଲଢ଼ିଥିବାବେଳେ ନେପାଳକୁ ୬୯-୦, ସିଙ୍ଗାପୁରକୁ ୫୩-୦ରେ, ଶ୍ରୀଲଙ୍କାକୁ ୩୪-୦ରେ ପରାସ୍ତ କରିଥିଲା। ରବିବାର ପୂର୍ବାହ୍ନ ୧୧.୩୪ ମିନିଟ୍‌ରେ ଭାରତୀୟ ମହିଳା ଦଳ ମାଲେସିଆ ସହ ସେମିଫାଇନାଲ୍‌ ଖେଳିବ।ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ଉଜ୍‌ବେକିସ୍ତାନକୁ ୩୩-୧୪ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ହଂ କଂ ଚୀନଠାରୁ ୦-୪୫ରେ ହାରିଯାଇଥିଲା। 

Pollution: ପ୍ରଦୂଷଣ ଉପରେ ଏନ୍‌ସିଆର୍‌ ରାଜ୍ୟରେ ସମ୍ମନ୍ବିତ ପଦକ୍ଷେପ ଲାଗୁ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ବାନ

ଏହା ପରେ ସଂଧ୍ୟାରେ ପୁ‌ଷ୍ଫେନ୍ଦରଙ୍କ ଭାରତୀୟ ଦଳ ୫୦-୦ରେ ନେପାଳକୁ ପରାସ୍ତ କରି ସେମିଫାଇନାଲ୍‌ ସମ୍ଭାବନା ସୃଷ୍ଟି କରିଛି। ରବିବାର ସକାଳେ ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଚାନିଜ ତାଇପେ (ସକାଳ ୯.୦୦)କୁ  ଭେଟିବା ପରେ ଦଳର ଭାଗ୍ୟ ନିର୍ଣ୍ଣୟ ହେବ। ଅପରାହ୍‌ଣ ୪.୦୦ରୁ ପଦକ ମ୍ୟାଚ୍‌ଗୁଡ଼ିକ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ୟୁଟ୍ୟୁବ୍‌ରେ ମଧ୍ୟ ଏହି ମ୍ୟାଚ୍‌ ଗୁଡ଼ିକର ସିଧା ପ୍ରସାରଣ କରାଯାଉଛି। ପ୍ରଥମ ଦିନର ମ୍ୟାଚ୍‌ ଗୁଡ଼ିକରେ ଓଡ଼ିଆ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁରୁଷ ଦଳରେ ଭାରତ କିଶାନ, ଚରଣ ହେମ୍ବ୍ରମ, ସୁବାଷ ହାଁସଦ, ରାହୁଲ ମାଝୀ ଭଲ ଖେଳିଥିଲେ। ସେହିଭଳି ମହିଳା ଦଳରୁ ଖେଳୁଥିବା ଓଡ଼ିଆ ଝିଅ ମୁମିତ୍ରା ମାଝୀ ୩ ମ୍ୟାଚ୍‌ରୁ ୩୧ ପଏଣ୍ଟ୍‌ ସ୍କୋର୍‌ କରି ପ୍ରଶଂସିତ ହୋଇଛନ୍ତି। ଏହି ଦୁଇ ଦିନିଆ ପ୍ରତିଯୋଗିତାକୁ ଶନିବାର ସକାଳେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍‌ଘାଟନ କରିବା ପରେ ଭାରତ-ଉଜବେକିସ୍ତାନ ମ୍ୟାଚ୍‌ ଖେଳାଯାଇଥିଲା।

Illegal mining: ମାଫିଆଙ୍କ କବ୍‌ଜାରେ ଟିକରପଡ଼ା ପାହାଡ଼; ଉଠାଇ ନେଲେ ୨ ଟ୍ରିପ୍‌ ବିରଳ ନୀଳପଥର

Read Entire Article
LEFT SIDEBAR AD

Hidden in mobile, Best for skyscrapers.