ARTICLE AD BOX
ଭାରତର ପ୍ରିନ୍ସ ନୋବେଲ ଓ ମନୁ ଫ୍ରାନ୍ସିସ୍ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ସେଲିଂର ପୁରୁଷ ସ୍କିଫ୍ ଇଭେଣ୍ଟ୍ରେ ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଏହି ଭାରତୀୟ ଯୋଡ଼ି ଚୀନ୍ର ୱେନ୍ ଜାଇଦିଂ...
Prince and Manu Photograph: (sambad.in)ନାଗୋୟା: ଭାରତର ପ୍ରିନ୍ସ ନୋବେଲ ଓ ମନୁ ଫ୍ରାନ୍ସିସ୍ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ସେଲିଂର ପୁରୁଷ ସ୍କିଫ୍ ଇଭେଣ୍ଟ୍ରେ ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଏହି ଭାରତୀୟ ଯୋଡ଼ି ଚୀନ୍ର ୱେନ୍ ଜାଇଦିଂ ଓ ଲିଉ ତିଆନ୍ଙ୍କ ପଛରେ ରହି ଦେଶ ପାଇଁ ଚଳିତ ଆଇଚି-ନାଗୋୟା ସଂସ୍କରଣରେ ପ୍ରଥମ ସେଲିଂ ପଦକ କରାୟତ୍ତ କରିଛନ୍ତି।
୧୬ ପଏଣ୍ଟ୍ ସହ ସ୍ବର୍ଣ୍ଣ
ଏହି ଇଭେଣ୍ଟ୍ର ଶେଷ ତଥା ନବମ ରେସ୍ରେ ପ୍ରିନ୍ସ ଓ ମନୁ ୨୩ ନେଟ୍ ପଏଣ୍ଟ୍ ସହ ହଂକଂ ଆଗରେ ରହି ଏହି ପଦକ ନିଶ୍ଚିତ କରିଥିଲେ। ଚୀନ୍ ଯୋଡ଼ି ୧୬ ପଏଣ୍ଟ୍ ସହ ସ୍ବର୍ଣ୍ଣ ଜିତିଥିଲେ। କେରଳର ପ୍ରିନ୍ସ ଓ ମନୁ ଭାରତୀୟ ସେନାରେ ଯୋଗଦେବା ପୂର୍ବରୁ ପିଲାବେଳୁ ଭୋପାଳସ୍ଥିତି ଜାତୀୟ ସେଲିଂ ବିଦ୍ୟାଳୟରେ ତାଲିମ ନେଉଥିଲେ। ଏହି ଯୋଡ଼ି ଆବୁଧାବିରେ ଆୟୋଜିତ ଏସୀୟ ସେଲିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ।
Women's hockey: ୪୪ ବର୍ଷ ପରେ ସ୍ବର୍ଣ୍ଣ ଆଶା: ଫାଇନାଲ୍ରେ ମହିଳା ହକି ଦଳ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

53 minutes ago
1


