ARTICLE AD BOX
ମିଆମି: ମାତ୍ର ୫ ଲକ୍ଷ ୬୦ ହଜାର ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରୀୟ ଆଟଲାଣ୍ଟିକ୍ ମହାସାଗରୀୟ ଦେଶ କେପ୍ ବର୍ଡେ ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ର ରାଉଣ୍ଡ୍ ଅଫ୍ ୩୨ରୁ ବିଦାୟ ନେଇଛି, ହେଲେ ନିଜ ଲଢ଼ୁଆ ପ୍ରଦର୍ଶନ ବଳରେ ସମଗ୍ର କ୍ରୀଡ଼ା ଜଗତର ହୃଦୟ ଜିତି ନେଇଛି। ପ୍ରଥମ ଥର ବିଶ୍ବକପ୍ ଖେଳୁଥିବା ଏହି ଦ୍ବୀପ ରାଷ୍ଟ୍ର ବିଶ୍ବବିଜେତା ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେବା ଚର୍ଚ୍ଚାର ବିଷୟ ହୋଇଛି। କେପ୍ ବର୍ଡେ ଶୁକବ୍ରାର ନିର୍ଦ୍ଧାରିତ ସମୟର ସ୍ଥିତିକୁ ୧-୧ରେ ରଖି ସମସ୍ତଙ୍କୁ ଚକିତ କରି ଦେଇଥିଲା। ହେଲେ ଅତିରିକ୍ତ ସମୟର ଆତ୍ମଘାତି ଗୋଲ୍ ପାଇଁ ଦୁର୍ଭାଗ୍ୟଜନକ ଭାବେ ୩-୨ ଗୋଲ୍ରେ ପରାଜିତ ହୋଇ ବିଦାୟ ନେଇଥିଲା। ମ୍ୟାଜିକ୍ ମ୍ୟାନ୍ ଲିଓନେଲ ମେସିଙ୍କ ଶକ୍ତିଶାଳୀ ଆର୍ଜେଣ୍ଟେନୀୟ ବାହିନୀ କେପ୍ ବର୍ଡେର ଅତି ବଢ଼ିଆ ପ୍ରଦର୍ଶନ ପାଇଁ ଅଳ୍ପକେ ବିପର୍ଯ୍ୟୟରୁ ବର୍ତ୍ତି କଷ୍ଟେମଷ୍ଟେ ପ୍ରି-କ୍ବାର୍ଟରରେ ପ୍ରବେଶ କରିଥିଲା।
ଆହୁରି ପଢ଼ନ୍ତୁ: ହର୍ମୁଜ୍ରେ ଜାହାଜକୁ ସୁରକ୍ଷା ଦେବା ପାଇଁ ଫ୍ରାନ୍ସର ବଡ଼ ପଦକ୍ଷେପ
ଶୁକ୍ରବାର ବିଳମ୍ବିତ ରାତିର ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ସହଜ ବିଜୟ ହାସଲ କରିବ ବୋଲି ସମସ୍ତେ ଆଶା ରଖିଥିଲେ। କେପ୍ ବର୍ଡେ କିନ୍ତୁ ଜବରଦସ୍ତ ଟକ୍କର ଦେଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟରେ ମଧ୍ୟ ଦୁଇଟି ଯାକ ଦଳ ଆଉ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଶେଷରେ ୧୧୧ତମ ମିନିଟ୍ରେ କେପ୍ ବର୍ଡେ ରକ୍ଷଣଭାଗ ଖେଳାଳି ଡିନେ ବୋର୍ଗେସ୍ଙ୍କ ଆତ୍ମଘାତୀ ଗୋଲ୍ ଆର୍ଜେଣ୍ଟିନାକୁ ୩-୨ର ରୋମାଞ୍ଚକର ବିଜୟ ଦେଇଥିଲା। ଏହି ବିଜୟ ସହ ଲିଓନେଲ୍ ମେସିଙ୍କ ଦଳ ଶେଷ ୧୬ଳଦ ମଧ୍ୟରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ସେଠାରେ ତା’ର ମୁକାବିଲା ଇଜିପ୍ଟ ସହ ହେବ।
ଆର୍ଜେଣ୍ଟିନା ପକ୍ଷରୁ ୨୯ତମ ମିନିଟ୍ରେ ଅଧିନାୟକ ଲିଓନେଲ୍ ମେସି ପ୍ରଥମ ଗୋଲ୍ କରି ନିଜ ଦଳକୁ ଅଗ୍ରଣୀ କରାଇଥିଲେ। ଲିସାଣ୍ଡ୍ରୋ ମାର୍ଟିନେଜ୍ଙ୍କ ଲମ୍ବା ପାସ୍କୁ ଚମତ୍କାର ଭାବେ ନିୟନ୍ତ୍ରଣ କରି ମେସି ବଲ୍କୁ ଗୋଲ୍ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଏହା ଥିଲା ଚଳିତ ବିଶ୍ୱକପ୍ରେ ତାଙ୍କର ସପ୍ତମ ଗୋଲ୍। ଦ୍ୱିତୀୟାର୍ଧରେ କେପ୍ ବର୍ଡେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୫୯ତମ ମିନିଟ୍ରେ ରିଆନ୍ ମେଣ୍ଡେସ୍ଙ୍କ ପାସ୍ରୁ ଡେରୋୟ ଡୁଆର୍ଟେ ଗୋଲ୍ କରି ସ୍କୋରକୁ ୧-୧ କରିଥିଲେ। ଏହାପରେ ଉଭୟ ଦଳର ଅନେକ ପ୍ରୟାସ ସତ୍ତ୍ୱେ ନିର୍ଦ୍ଧାରିତ ସମୟରେ ଆଉ ଗୋଲ୍ ହୋଇନଥିଲା। ଅତିରିକ୍ତ ସମୟର ୯୨ତମ ମିନିଟ୍ରେ ଲିସାଣ୍ଡ୍ରୋ ମାର୍ଟିନେଜ୍ ଜୋରଦାର ସଟ୍ ମାରି ଆର୍ଜେଣ୍ଟିନାକୁ ପୁଣି ୨-୧ରେ ଆଗୁଆ କରାଇଥିଲେ। ମାତ୍ର ୧୦୩ତମ ମିନିଟ୍ରେ ସିଡ୍ନି ଲୋପେସ୍ କାବ୍ରାଲ୍ଙ୍କ ଦର୍ଶନୀୟ କର୍ଣ୍ଣର ସଟ୍ ବଳରେ କେପ୍ ବର୍ଡେ ସ୍ଥିତି ପୁଣି ଥରେ ସମାନ ସ୍ତରକୁ ନେଇ ଆସିଥିଲା। ମ୍ୟାଚ୍ର ନିର୍ଣ୍ଣାୟକ ମୁହୂର୍ତ୍ତ ୧୧୧ତମ ମିନିଟ୍ରେ ଆସିଥିଲା। ମେସିଙ୍କ କର୍ଣ୍ଣର କିକ୍ରୁ କ୍ରିଷ୍ଟିଆନ୍ ରୋମେରୋଙ୍କ ହେଡର୍ କେପ୍ ବର୍ଡେର ଡିଫେଣ୍ଡର ଡିନେ ବୋର୍ଗେସ୍ଙ୍କ ହାତରେ ବାଜି ଜାଲରେ ପ୍ରବେଶ କରିଥିଲା। ଏହି ଆତ୍ମଘାତୀ ଗୋଲ୍ ହିଁ ଆର୍ଜେଣ୍ଟିନାର ବିଜୟର କାରଣ ସାଜିଥିଲା।
ଆହୁରି ପଢ଼ନ୍ତୁ: ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଭାରତ: ଲସ୍କର ଏବଂ ଜୈସର ୨୩ ସଦସ୍ୟ ଆତଙ୍କବାଦୀ ଘୋଷିତ
ଅଧିକ ଦେଖନ୍ତୁ:

1 hour ago
1


