Ankita Bhandari: ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ଦାବି: ଦିଲ୍ଲୀ ଓ ଡେରାଡୁନ୍‌ରେ କଂଗ୍ରେସର ପ୍ରତିବାଦ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୨୦୨୨ରେ ହୋଇଥିବା ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ଦିଲ୍ଲୀ ଓ ଡେରାଡୁନ୍‌ରେ ପ୍ରତିବାଦ କରାଯାଇଛି। ରବିବାର ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ବାହାରେ ପ୍ରତିବାଦ କରୁଥିବା କଂଗ୍ରେସ ନେତା ଓ ଅନ୍ୟମାନଙ୍କୁ ପୁଲିସ ଅଟକ ରଖିଥିଲା।

ଏହି ମାମଲାରେ କଥିତ ‘ଭିଆଇପି’ଙ୍କ ଭୂମିକାର ତଦନ୍ତ ଏବଂ ବିଜେପି ନେତା ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତିକୁ ବିରୋଧ କରି ଶନିବାର ଡେରାଡୁନ୍‌ରେ କଂଗ୍ରେସ ମହମବତୀ ଶୋଭାଯାତ୍ରା କରିଥିଲା। ଏଥିରେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଉତ୍ତରାଖଣ୍ଡ ପ୍ରଭାରୀ କୁମାରୀ ଶୈଳଜା ଓ ରାଜ୍ୟ ଶାଖା ସଭାପତି ଗଣେଶ ଗୋଡିୟାଲ ନେତୃତ୍ୱ ନେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ବିରୋଧୀ ଦଳ ନେତା ଯଶପାଲ ଆର୍ଯ୍ୟ, ମହିଳା କଂଗ୍ରେସ ଅଧ୍ୟକ୍ଷା ଜ୍ୟୋତି ରୌତେଲାଙ୍କ ସମେତ ଦଳର ଅନେକ ନେତା, ବିଧାୟକ ଓ ପୂର୍ବତନ ବିଧାୟକ ଏଥିରେ ସାମିଲ ହୋଇଥିଲେ।

ଆହୁରି ପଢନ୍ତୁ: Two Cable Workers Die ବିଦ୍ୟୁତ୍‌ ଆଘାତରେ ଦୁଇ କେବୁଲ କର୍ମଚାରୀଙ୍କ ମୃତ୍ୟୁ

କଂଗ୍ରେସର ଛାତ୍ର ସଂଗଠନ ଏନ୍‌ଏସ୍‌ୟୁଆଇ ମଧ୍ୟ ଦିଲ୍ଲୀରେ ମହମବତି ଶୋଭାଯାତ୍ରା କରି ଅଙ୍କିତାଙ୍କ ପାଇଁ ନ୍ୟାୟ ଦାବି କରିଥିଲା। ଏହି ମାମଲା ସହ ଜଡ଼ିତ ବୋଲି ଅଭିଯୋଗ ହେଉଥିବା ଜଣେ ବ୍ୟକ୍ତିଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ନେଇ ସଂଗଠନ ପ୍ରଶ୍ନ ଉଠାଇଥିଲା। ଉତ୍ତରାଖଣ୍ଡର ଏକ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିବା ଅଙ୍କିତାଙ୍କ ମୃତଦେହ ୨୦୨୨ ସେପ୍ଟେମ୍ବରରେ ଋଷିକେଶ ନିକଟରେ ମିଳିଥିଲା। ଜଣେ ‘ଭିଆଇପି’ଙ୍କୁ ସ୍ୱତନ୍ତ୍ର ସେବା ଦେବାକୁ ଅଙ୍କିତାଙ୍କ ଉପରେ ଚାପ ପକାଯାଇଥିବା ଏବଂ ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ଏହି ‘ଭିଆଇପି’ ଦୁଷ୍ୟନ୍ତ ଗୌତମ ବୋଲି କେତେକ ମହଲରେ ଦାବି କରାଯାଉଥିଲେ ମଧ୍ୟ ଏହାର ପ୍ରମାଣ ନାହିଁ। ମାମଲାରେ କଥିତ ‘ଭିଆଇପି’ଙ୍କ ଭୂମିକାକୁ ନେଇ ସିବିଆଇ ତଦନ୍ତ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.