ARTICLE AD BOX
ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀ ଜିଲ୍ଲାର ରାମନଗରଠାରେ ପ୍ରସିଦ୍ଧ ରାମଲୀଳା ଆୟୋଜନ ସମୟରେ ରବିବାର ଏକ ହାତୀ ହଠାତ୍ ଉତ୍ତ୍ୟକ୍ତ ହୋଇପଡ଼ିବାରୁ ଆତଙ୍କ ଖେଳିଯାଇଛି। ହାତୀଟି ନିଜ ମାହୁନ୍ତଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବା ସହ ରାସ୍ତାରେ ଭଙ୍ଗାରୁଜା କରିଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ, ପୁଲିସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆର୍ଏଫ୍) ସମେତ ପ୍ରାୟ ୨୦୦ ଜଣ ନିୟୋଜିତ ହୋଇଛନ୍ତି।
ରବିବାର ସକାଳ ପ୍ରାୟ ୧୦ଟା ୩୦ରେ ରାମନଗରର ପଞ୍ଚବଟୀ ପଡ଼ିଆରେ ଏହି ଘଟଣା ଘଟିଥିଲା। ହାତୀଟିକୁ ଖାଦ୍ୟ ଦେବାକୁ ଯାଉଥିବା ମାହୁନ୍ତ ଛାପଲୁ ତାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ବେଳେ ହାତୀ ଆକ୍ରମଣ କରିଥିଲା। ଗୁରୁତର ଆହତ ଛାପଲୁଙ୍କୁ ଚିକିତ୍ସା ପାଇଁ ବାରାଣସୀସ୍ଥିତ ବିଏଚ୍ୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।
ରାମଲୀଳା ପାଇଁ ଅଣାଯାଇଥିଲା ହାତୀ
ଆଜମଗଡ଼ରୁ ରାମଲୀଳା ପାଇଁ ଅଣାଯାଇଥିବା ଏହି ହାତୀଟି ହଠାତ୍ ଉତ୍ତ୍ୟକ୍ତ ହୋଇ ପଡ଼ିଆରୁ ବାହାରି ରାସ୍ତାକୁ ଚାଲିଯାଇଥିଲା। ରାସ୍ତାରେ ଗଛ ଉପାଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ଏବଂ କାନ୍ଥ ଓ ଦୋକାନ କ୍ଷତିଗ୍ରସ୍ତ କରିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରିସ୍ଥିତିକୁ ଦେଖି ପୁଲିସ ପ୍ରାୟ ୨ କିଲୋମିଟର ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଲୋକଙ୍କ ଯାତାୟାତ ବନ୍ଦ କରିଛି। ସୁରକ୍ଷା ଦୃଷ୍ଟିରୁ ରାମନଗର ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ପୁଲିସ ଓ ବନ ବିଭାଗର କର୍ମଚାରୀମାନେ ହାତୀକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
Dussehra: ରାମଲୀଳା ମୈଦାନରେ ରାବଣ ସହିତ ୩୦ ଫୁଟ୍ କକ୍ରୋଚ୍ ପୁତ୍ତଳିକା ଦାହ କରାଯିବ

1 hour ago
1


