Dipke: ସୌରଭ ଦାସ ଓ ଆଶୁତୋଷଙ୍କ ମୁକ୍ତିରେ ବିଳମ୍ବ, ସରକାରଙ୍କୁ ଘେରିଲେ ଦୀପକେ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ସହ-ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ମୁକ୍ତିକୁ ନେଇ ରବିବାର ଦିଲ୍ଲୀରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମୁକ୍ତି ପ୍ରକ୍ରିୟାରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ସରକାରଙ୍କୁ ଘେରିଛନ୍ତି।

ଅକ୍ଟୋବର ୧୪ରେ ଦାସ ଓ ରାଙ୍କାଙ୍କୁ ପାଞ୍ଚ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଯନ୍ତରମନ୍ତରରେ ପ୍ରବେଶ ଏବଂ ପୁଲିସ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଥିଲା। ସେମାନଙ୍କ ମୁକ୍ତି ପାଇଁ ସିଜେପିର ଆଇନଗତ ଟିମ୍‌ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲା। ସିଜେପିର ଆଇନଗତ ବ୍ୟାପାର ମୁଖ୍ୟ ରତ୍ନା ସିଂହଙ୍କ ଅଭିଯୋଗ ଅନୁଯାୟୀ, ଜାମିନଦାରଙ୍କ କାଗଜପତ୍ର ଯାଞ୍ଚ ସହ ଆବଶ୍ୟକ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ମାଜିଷ୍ଟ୍ରେଟ୍‌ ଦୀର୍ଘ ସମୟ ଧରି ଶୁଣାଣି କରିନଥିଲେ। 

ଆହୁରି ପଢନ୍ତୁ: Student union Eeection: ଛାତ୍ର ସଂସଦ ନିର୍ବାଚନରେ ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ: ମୋହନ

ପରେ ମାଜିଷ୍ଟ୍ରେଟ୍‌ଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିବା ପ୍ରସଙ୍ଗ ଉଠିବାରୁ ମୁକ୍ତି ଆବେଦନର ଶୁଣାଣି ପଛକୁ ଘୁଞ୍ଚିଥିଲା। ଏହି ବାର୍ତ୍ତା ସହ ଦାସ ଓ ରାଙ୍କାଙ୍କ ମାମଲାର ସମ୍ପର୍କ କ’ଣ ବୋଲି ସିଂହ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ଦୀପକେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ, ଦୁଇ ସହଯୋଗୀଙ୍କୁ ଜେଲ୍‌ରେ ରଖିବା ପାଇଁ ସରକାର ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି। ସେମାନଙ୍କୁ ଅଟକ ରଖିବା ପାଇଁ ଆଇନଗତ ଆଧାର ନାହିଁ ବୋଲି ସେ ଦାବି କରିଛନ୍ତି। ତେବେ ଦିଲ୍ଲୀ ପୁଲିସ ବିଳମ୍ବ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ସେମାନେ ତ୍ରୁଟିପୂର୍ଣ୍ଣ ଜାମିନ୍ ବଣ୍ଡ ଦାଖଲ କରୁଛନ୍ତି ଓ ଆମେ ସେଗୁଡ଼ିକୁ ଗ୍ରହଣ କରିପାରିବୁ ନାହିଁ ବୋଲି ଦିଲ୍ଲୀ ପୁଲିସ କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.