Angan Ka Utsav: ‘ଅଙ୍ଗନ୍ କା ଉତ୍ସବ’ ଅଭିଯାନ ଉଦ୍‌ଘାଟିତ: ଅଙ୍ଗନବାଡ଼ି କର୍ମଚାରୀଙ୍କ ଶାଢ଼ି ଭତ୍ତା ୧୫ ଶହକୁ ବୃଦ୍ଧି

1 day ago 2
ARTICLE AD BOX

ଭୁବନେଶ୍ବର: ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଶାଢ଼ି ଭତ୍ତା ୧୩୯୦ରୁ ୧୫୦୦ ଟଙ୍କାକୁ ବୃଦ୍ଧି ହୋଇଛି। ଏଥିରେ କେନ୍ଦ୍ର ସରକାର ୬ ଶହ ଓ ରାଜ୍ୟ ସରକାର ଅବଶିଷ୍ଟ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ସମୁଦାୟ ୨୨.୩ କୋଟିର ବ୍ୟୟବରାଦ କରାଯାଇଛି। ଏହାଦ୍ବାରା ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଶିଶୁ, ମହିଳା ଓ କିଶୋରୀଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ‘ଅଙ୍ଗନ୍‌ କି ଉତ୍ସବ’ ଉଦ୍‌ଘାଟିତ ହୋଇଛି।

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ

ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ ‘ଦୀପ୍ତି’ ପୋର୍ଟାଲ୍‌ର ଶୁଭାରମ୍ଭ

ଏଥିସହ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ ବୋଝ କମାଇବା ପାଇଁ ‘ଦୀପ୍ତି’ (ଡାଇରେକ୍ଟ ଇନ୍‌ଭଏସ୍‌ ପେମେଣ୍ଟ ଆଣ୍ଡ ଟ୍ରାକିଂ ଇଣ୍ଟରଫେସ୍‌) ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଛି। ମହିଳା ଓ ଶିଶୁବିକାଶ ବିଭାଗ ଓ ବିଦ୍ୟୁତ୍‌ ବିତରଣ କମ୍ପାନି (ଡିସ୍‌କମ୍‌)ଙ୍କ ମିଳିତ ସହଯୋଗରେ ବିକଶିତ ଏହି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଟ୍ରାକିଂ ସିଧାସଳଖ ସମ୍ପାଦିତ ହେବ। ଏହାକୁ କାର୍ଯ୍ୟକାରୀ କରିବାରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରଥମ ବିଭାଗ। ଏହାଦ୍ୱାରା ଅଙ୍ଗନବାଡ଼ି କର୍ମୀ ବିଜୁଳି ବିଲ୍ ଦେବାର ଆର୍ଥିକ ଦାୟିତ୍ୱରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହେବ। 

Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଲେ, ତୃଣମୂଳସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁ ଓ ମାତୃ କଲ୍ୟାଣକାରୀ ଯୋଜନାରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏହି ଅଭିଯାନକୁ ଏକ ଅର୍ଥପୂର୍ଣ୍ଣ ମାଧ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ମୃଣାଳିନୀ ଦରସ୍ବାଲ, ନିର୍ଦ୍ଦେଶକା ମୋନିଷା ବାନାର୍ଜୀ, ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ ଏସ. କାଳେ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.