Amitabh Bachchan: ଅମିତାଭଙ୍କ ବଙ୍ଗଳା ‘ଜଲ୍‌ସା’କୁ ନେଇ ପାରିବାରିକ ବିବାଦ, ୧୯୯୩ର ଦାନପତ୍ରକୁ ଚ୍ୟାଲେଞ୍ଜ କଲେ ଭାଇ ବୋହୂ ରମୋଲା ବଚ୍ଚନ

2 days ago 2
ARTICLE AD BOX

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ପ୍ରସିଦ୍ଧ ବଙ୍ଗଳା ‘ଜଲ୍‌ସା’କୁ ନେଇ ଏବେ ପାରିବାରିକ ସମ୍ପତ୍ତି ବିବାଦ ସାମ୍‌ନାକୁ ଆସିଛି। ଅମିତାଭଙ୍କ ସାନଭାଇ ଅଜିତାଭ ବଚ୍ଚନଙ୍କ ପତ୍ନୀ ରମୋଲା ବଚ୍ଚନ ୧୯୯୩ ମସିହାର ଏକ ଦାନପତ୍ରକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଦାନପତ୍ର ଜରିଆରେ ‘ଜଲ୍‌ସା’ ବଙ୍ଗଳାର ମାଲିକାନା ଜୟା ବଚ୍ଚନଙ୍କ ନାମକୁ ହସ୍ତାନ୍ତର ହୋଇଥିବା କୁହାଯାଉଛି। ତେବେ ତାଙ୍କ ବିନା ଜ୍ଞାତସାର ଓ ସହମତିରେ ଏହି କାରବାର ହୋଇଥିବା ରମୋଲା ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଗତ ସାତ ମାସ ମଧ୍ୟରେ ସମ୍ପତ୍ତି ପଞ୍ଜୀକରଣ ସମ୍ପର୍କିତ ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟରେ ଏକାଧିକ ଅଭିଯୋଗ କରିଛନ୍ତି।

ଦସ୍ତାବିଜ୍‌ ପ୍ରସ୍ତୁତିକୁ ନେଇ ପ୍ରଶ୍ନ
ରିପୋର୍ଟ ଅନୁସାରେ, ରମୋଲାଙ୍କ ଦାବି ହେଉଛି ଯେ, ଜଲ୍‌ସା ବଙ୍ଗଳା ପ୍ରଥମେ ତାଙ୍କ ନାମରେ ପଞ୍ଜିକୃତ ଥିଲା। ପରେ ୧୯୯୩ର ଦାନପତ୍ର ମାଧ୍ୟମରେ ଏହାକୁ ଜୟା ବଚ୍ଚନଙ୍କ ନାମକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହି ଦସ୍ତାବିଜ୍‌ କିପରି ପ୍ରସ୍ତୁତ ହୋଇଥିଲା, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଦାନପତ୍ରଟି ଷ୍ଟାମ୍ପ ପେପର ବଦଳରେ ସାଧାରଣ କାଗଜରେ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ସେତେବେଳେ ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦିଆଯାଇ ନଥିଲା। ଏପରିକି ଦସ୍ତାବିଜ୍‌ରେ ସାକ୍ଷୀଙ୍କ ଦସ୍ତଖତ ନଥିବା ମଧ୍ୟ ସେ ଦର୍ଶାଇଛନ୍ତି। ୧୯୯୩ରେ ପ୍ରସ୍ତୁତ ଏହି ଦାନପତ୍ର ୨୦୦୬ରେ ପଞ୍ଜିକୃତ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମହାରାଷ୍ଟ୍ର ସରକାରଙ୍କ ‘ଅଭୟ ଯୋଜନା’ ଅଧୀନରେ ଏହାକୁ ପରବର୍ତ୍ତୀ ସମୟରେ ନିୟମିତ କରାଯିବା ପ୍ରକ୍ରିୟାକୁ ମଧ୍ୟ ରମୋଲା ଚ୍ୟାଲେଞ୍ଜ କରିଛନ୍ତି।

ପୁଣି ତୋଜିଛି ବିବାଦ
ଏହି ବିବାଦର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମାଲିକାନା ସମ୍ପର୍କିତ ରେକର୍ଡରେ ଥିବା ଅସଙ୍ଗତି। କପୋଲ ହାଉସିଂ ସୋସାଇଟିର ରେକର୍ଡରେ ଜୟା ବଚ୍ଚନଙ୍କ ନାମ ମାଲିକ ଭାବେ ରହିଛି। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ପ୍ରପର୍ଟି କାର୍ଡରେ ଏବେବି ରମୋଲାଙ୍କ ନାମ ରହିଛି। ସରକାରୀ ରେକର୍ଡରୁ ତାଙ୍କ ନାମ ହଟାଇ ଜୟାଙ୍କ ନାମ ଯୋଡ଼ିବାକୁ ଉଦ୍ୟମ ହେବା ପରେ ବିବାଦ ପୁଣି ତେଜିଥିବା ଜଣାପଡ଼ିଛି। ମାମଲାଟି ମୁମ୍ବାଇର ଅନ୍ଧେରୀସ୍ଥିତ ଡେପୁଟି ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟିଜ୍ କାର୍ଯ୍ୟାଳୟରେ ପହଞ୍ଚିଛି। ଡେପୁଟି ରେଜିଷ୍ଟ୍ରାର ଫୈୟାଜ ମୁଲାନି ଅଭିଯୋଗ ମିଳିଥିବା ସ୍ପଷ୍ଟ କରିବା ସହ ଏହାର ଶୁଣାଣି ଆରମ୍ଭ ହୋଇଥିବା କହିଛନ୍ତି। ସମ୍ପୃକ୍ତ ପକ୍ଷଙ୍କୁ ନିଜ ନିଜର ଜବାବ ଦାଖଲ କରିବାକୁ କୁହାଯାଇଛି।

ଡରାଇବେ ଯଶବର୍ଦ୍ଧନ!

ଏହି ପ୍ରସଙ୍ଗରେ ଅମିତାଭ ବଚ୍ଚନ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇନଥିବା ବେଳେ ଜୟା ବଚ୍ଚନଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ଅଭିଷେକ ବଚ୍ଚନଙ୍କ ମୁଖପାତ୍ର ଏହାକୁ ପାରିବାରିକ ମାମଲା କହି ମନ୍ତବ୍ୟ ଦେବାକୁ ମନା କରିଛନ୍ତି। ତେବେ ଦାନପତ୍ରର ବୈଧତା ଓ ଜଲ୍‌ସାର ପ୍ରକୃତ ମାଲିକାନା ସମ୍ପର୍କରେ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଅଭିଯୋଗଗୁଡ଼ିକର ଯାଞ୍ଚ ଓ ସମ୍ପୃକ୍ତ ପକ୍ଷଙ୍କ ଜବାବ ପରେ ହିଁ ଏହି ବିବାଦର ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.