America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ

9 hours ago 1
ARTICLE AD BOX

ଦୋହା/ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ପାରସ୍ୟ ଉପସାଗରରେ ଚାଲିଥିବା ତିକ୍ତତା ମଧ୍ୟରେ କତରର ମଧ୍ୟସ୍ଥତା ପ୍ରକ୍ରିୟା ଜଟିଳ ରୂପ ନେଇଛି। ଚଳିତ ସପ୍ତାହରେ ଉଭୟ ଦେଶ ନିଜ ନିଜର ପ୍ରତିନିଧି ଦଳକୁ କତର ପଠାଉଥିବା ସ୍ୱୀକାର କରିଥିଲେ ହେଁ ୱାସିଂଟନ ସହ କୌଣସି ପ୍ରତ୍ୟକ୍ଷ ଆଲୋଚନାକୁ ତେହେରାନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପକ୍ଷରୁ ଦୋହାଠାରେ ଆଜି ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଥିବା ଦାବି କରିଥିବା ବେଳେ ଇରାନ ଏହାକୁ ଅସ୍ୱୀକାର କରିଛି। ଏହି ପରସ୍ପର ବିରୋଧୀ ବୟାନ ଯୋଗୁଁ ଅନ୍ତରୀଣ ଚୁକ୍ତିକୁ ନେଇ ଚାଲିଥିବା ମଧ୍ୟସ୍ଥତା ପ୍ରକ୍ରିୟା ଦୋହଲି ଯାଇଛି

ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଇଲ୍ ବାଘାଇ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ଆମେରିକା ସହ କୌଣସି ସ୍ତରରେ ବୈଠକ ପାଇଁ ସୂଚୀ ଧାର୍ଯ୍ୟ ହୋଇନାହିଁ। ଇରାନର ପ୍ରତିନିଧି ଦଳ କେବଳ କତରରେ ଜମା ରହିଥିବା ୬ ବିଲିୟନ ଆମେରିକୀୟ ଡଲାରର ପାଣ୍ଠି ମୁକ୍ତ କରିବା ଏବଂ ଅନ୍ତରୀଣ ଚୁକ୍ତି ସମ୍ପର୍କରେ ଆଲୋଚନା କରିବାକୁ ଦୋହା ଯାଉଛନ୍ତି। ଏହି ପାଣ୍ଠି ମୁକ୍ତ ହେଲେ ଇରାନବାସୀଙ୍କ ପାଇଁ ଆମେରିକାରୁ ଖାଦ୍ୟ ସାମଗ୍ରୀ କିଣାଯିବ ବୋଲି ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ ସୂଚନା ଦେଇଛନ୍ତି। ଅନ୍ୟପଟେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଜଣାଇଛନ୍ତି ଯେ, ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର୍ କତର ଗସ୍ତ କରିଛନ୍ତି।

Indus Water Treaty: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ମାମଲା: ମଧ୍ୟସ୍ଥତା ରାୟକୁ ଭାରତର ପ୍ରତ୍ୟାଖ୍ୟାନ

ସୂଚନାଯୋଗ୍ୟ, ଇରାନ-ଆମେରିକା ଚୁକ୍ତି ପରେ ନିକଟରେ ଓମାନର ଜଳସୀମା ବାଣିଜ୍ୟିକ ଜାହାଜ ପାଇଁ ଖୋଲିବାକୁ ଚେଷ୍ଟା କରାଯିବା ପରେ ଇରାନ ଦୁଇଟି ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ ଆମେରିକା ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଥିବା ବେଳେ ଇରାନ ରବିବାର ଦିନ ବାହାରିନ ଏବଂ କୁଏତ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା। ବର୍ତ୍ତମାନ ଉତ୍ତେଜନା ହ୍ରାସ ପାଇଛି ଏବଂ ଜାହାଜ ଚଳାଚଳ ସ୍ୱାଭାବିକ ହେଉଛି ବୋଲି ଆମେରିକା କହିଛି। ଓମାନର ବୈଦେଶିକ ମନ୍ତ୍ରୀ ବଦ୍ର ଅଲ୍-ବୁସାଇଦି କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଠାରୁ ଜଳ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସେବା ଶୁଳ୍କ ନେବାକୁ ଚିନ୍ତା କରାଯାଉଛି, ମାତ୍ର କୌଣସି ପରିବହନ ଶୁଳ୍କ ଲାଗୁ ହେବନାହିଁ। ଅପରପକ୍ଷରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ହର୍ମୁଜ ପ୍ରଣାଳୀରୁ ମାଇନ୍ସ ହଟାଇବା ପାଇଁ ସହଯୋଗ କରିବେ ବୋଲି ଘୋଷଣା କରିବା ପରେ ଇରାନ ଏହାକୁ ବିରୋଧ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.