ARTICLE AD BOX
ଖଣ୍ଡଗିରି: ବେଙ୍ଗାଲୁରୁର ଏକ ବିସ୍କୁଟ୍ ଫ୍ୟାକ୍ଟ୍ରିରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ନାବାଳିକା ଚାଲାଣ ଅଭିଯୋଗ ହୋଇଛି। ଏନେଇ ଆଜି ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିସରରୁ ଦୁଇଜଣ ନାବାଳିକା ଓ ଜଣେ ଯୁବତୀଙ୍କୁ ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତା ଉଦ୍ଧାର କରିଛନ୍ତି। ସେମାନଙ୍କୁ କଳାହାଣ୍ଡିରୁ ବେଙ୍ଗାଲୁରୁ ଚାଲାଣ କରାଯାଉଥିଲା। ଭରତପୁର ଥାନାରେ ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେମାନଙ୍କୁ କେଉଁ ପରିସ୍ଥିତିରେ ବେଙ୍ଗାଲୁରୁ ଚାଲାଣ କରାଯାଉଥିଲା ଏବଂ ଏହି ମାନବ ଚାଲାଣ ପଛରେ ମାଷ୍ଟର୍ମାଇଣ୍ଡ କିଏ ସେ ସମ୍ପର୍କରେ ପୁଲିସ ଖୋଳତାଡ଼ କରୁଛି। ଉଦ୍ଧାର ହୋଇଥିବା ନାବାଳିକା ଓ ଯୁବତୀଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେଲ୍ଟର୍ ହୋମ୍ରେ ରଖାଯାଇଛି।
State of Democracy: ଗଣତନ୍ତ୍ରର ହାଲ୍: ହଜୁଛି ପୁସ୍ତକ, କମୁଛି ବୌଦ୍ଧିକ ଗଭୀରତା
ଆଜି ସକାଳେ ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତାମାନେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। କଳାହାଣ୍ଡିରୁ ଆସୁଥିବା ଏକ ବସ୍ରେ କିଛି ନାବାଳିକାଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ସନ୍ଦେହ କରି ସେମାନେ ପଚରାଉଚରା କରିଥିଲେ। ଏହି ସମୟରେ ଦୁଇଜଣ ନାବାଳିକା ଓ ଜଣେ ଯୁବତୀ ଗୋଟିଏ କୋଣରେ କାହାକୁ ଅପେକ୍ଷା କରି ରହିଥିବା ଦେଖିବାକୁ ପାଇଥିଲେ। ପଚରାଉଚରା କରିବାରୁ ସେମାନେ ଟ୍ରେନ୍ ଯୋଗେ ବେଙ୍ଗାଲୁରୁ ଯିବେ ବୋଲି କହିଥିଲେ। ସେଠାରେ ଏକ ବିସ୍କୁଟ କମ୍ପାନିରେ ଚାକିରି କରିବା ପାଇଁ ଯାଉଥିବା କହିଥିଲେ। ତେବେ ଦୁଇ ନାବାଳିକାଙ୍କ ବୟସ ୧୨ ଓ ୧୪ ବର୍ଷ ହୋଇଥିବାରୁ ସଂଗଠନ କର୍ମକର୍ତ୍ତାଙ୍କ ସନ୍ଦେହ ହୋଇଥିଲା। ସେମାନେ ଏ ସମ୍ପର୍କରେ ତୁରନ୍ତ ବସ୍ଷ୍ଟାଣ୍ଡ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। ଉପଲତା ମାଝି ନାମକ ଜଣେ ଦଲାଲଙ୍କ ମାଧ୍ୟମରେ ସେମାନଙ୍କୁ କଳାହାଣ୍ଡିରୁ ଅଣାଯାଉଥିଲା ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନର ଶିଶୁ ସୁରକ୍ଷା କର୍ମୀ ବେଣୁଧର ସେନାପତି ସୂଚନା ଦେଇଛନ୍ତି।
Neglect: ବ୍ୟବସାୟୀଙ୍କୁ ମିଳୁନି ଋଣ, କେମିତି ସଶକ୍ତ ହେବେ ମହିଳା?
ଅନ୍ୟପକ୍ଷରେ ଦୁଇ ନାବାଳିକା ବେଙ୍ଗାଲୁରୁ ଯିବା କଥା ନେଇ ସେମାନଙ୍କ ପରିବାର ଲୋକ ଜାଣିନାହାନ୍ତି। ଏଭଳି କମ୍ ବୟସରେ ସେମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯିବା ନେଇ ଅନ୍ତଃରାଜ୍ୟ ରୢାକେଟ୍ର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ବସ୍ଷ୍ଟାଣ୍ଡର ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଛି। ଏଥିସହିତ ନାବାଳିକାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି।

2 hours ago
1


