Akshay Kumar: ଧାରଣାସ୍ଥଳରୁ ଅକ୍ଷୟ କୁମାରଙ୍କୁ ଉଠାଇ ନେଲା ପୁଲିସ

49 minutes ago 2
ARTICLE AD BOX

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଅନଶନରେ ବସିଥିବା ନବନିର୍ମାଣ କୃଷକ ସଙ୍ଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କୁ ଆଜି ସନ୍ଧ୍ୟାରେ ପୁଲିସ ଉଠାଇ ନେଇଛି। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଆଳ କରି ତାଙ୍କ ଅନଶନ ଭଣ୍ଡୁର କରିବା ପାଇଁ ପୁଲିସ ଏହି ପଦକ୍ଷେପ ନେଇଥିବା ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଗତ ଅଗଷ୍ଟ ୨୦ରୁ ସଙ୍ଗଠନର ରାଜ୍ୟ ସଂପାଦକ ମନଵର ଅଲ୍ଲୀ ଧାରଣା ବସିଥିଲେ। ପରେ ଅକ୍ଷୟ କୁମାର ଧାରଣା ବସିଥିଲେ। ଏହି ୪୪ଦିନରେ ସରକାରଙ୍କ ପକ୍ଷରୁ କେହି ଆଲୋଚନାକୁ ଆସିଲେ ନାହିଁ। 

Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌

ଏପରିକି ଆଜି ମଧ୍ୟ ସ୍ବାସ୍ଥ୍ୟାବସ୍ଥାର ଆଳ ଦେଖାଇ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ପରେ ଚିକିତ୍ସିତ ହେବା ପୂର୍ବରୁ କର୍ମୀଙ୍କ ଗହଣରେ ଅନଶନ ଭାଙ୍ଗିଥିଲେ। ତେବେ ପୁଲିସର ଏତାଦୃଶ ବ୍ୟବହାରକୁ ସଙ୍ଗଠନ ବିରୋଧ କରିବା ସହିତ ସରକାର ଗାନ୍ଧୀ ଜୟନ୍ତୀରେ ଗଣତାନ୍ତ୍ରିକ ସାମ୍ବିଧାନିକ ମୂଲ୍ୟ ହତ୍ୟା କରିଥିବା ନେଇ ଅକ୍ଷୟ କୁମାର କହିଛନ୍ତି। ଏହି ଧାରଣାସ୍ଥଳରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା କୁଳମଣି, ରାଜ୍ୟ ମହିଳା ସଂଯୋଜିକା ମଧୁମିତା ସାମଲ , ଅଶ୍ୱିନୀ କୁମାର ଜେନା, ଦୁର୍ଗାପ୍ରସାଦ ସ୍ୱାଇଁ, ଲକ୍ଷ୍ମୀଧର ପ୍ରଧାନ, ପ୍ରହଲ୍ଲାଦ ସାହୁ, ଅକୁର ପଲେଇ, ଦୋଳଗୋବିନ୍ଦ ସାହୁ, ରମାକାନ୍ତ ଜେନା, ବିଚିତ୍ର ବିଶ୍ୱାଳ, ପ୍ରସନ୍ନ କୁଅଁର, ସ୍ନେହଂଶୁ ଜେନା, ଯୁବଛାତ୍ର ସଂଗଠନ ଭୁବନେଶ୍ୱର ସଭାପତି ଅମିତ ଜେନା, ଏସ୍‌ କେ ହେଡାଇ, ସନ୍ତୋଷ ପ୍ରଧାନ, ସୁରେନ୍ଦ୍ର ମହାରଣା, ନକୁଳ ସାହୁ, ଗଣେଶ ବେହେରା, ଶ୍ରୀୟଂସୁ ପ୍ରଧାନ, ରାକେଶ ସେନାପତି, ରିତେଶ ଦାସ, ରୁଦ୍ର ନାୟକ, ଆୟୁଷ ଦାସ, ଦିବ୍ୟ ରଞ୍ଜନ ସାହୁ, ରାହୁଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

Read Entire Article
LEFT SIDEBAR AD

Hidden in mobile, Best for skyscrapers.