Earth Again Conference 2026: ପରିବେଶ ସୁରକ୍ଷା ସହ ଲୋକଙ୍କ ଜୀବିକା, ଦରକାର ‘ଜଷ୍ଟ ଏନର୍ଜି ଟ୍ରାଞ୍ଜିସନ୍’

45 minutes ago 2
ARTICLE AD BOX

ଭୁବନେଶ୍ୱର:  ପରିବେଶ ସୁରକ୍ଷା ସହ ଲୋକଙ୍କ ଜୀବିକା ଓ ବିକାଶକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପରିବର୍ତ୍ତନ ଦରକାର, କିନ୍ତୁ ଏହି ପରିବର୍ତ୍ତନରେ ସାଧାରଣ ଲୋକଙ୍କ ସ୍ୱାର୍ଥ ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ରବିବାର ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ପରିବେଶ ସମ୍ପର୍କିତ ଆଲୋଚନାରେ ଏଭଳି ମତ ରଖିଛନ୍ତି ଜଳସେଚନ ବିଭାଗର ସ୍ୱତନ୍ତ୍ର ସଚିବ ଆଶୁତୋଷ ଦାଶ। ସେ କହିଛନ୍ତି, ପରିବେଶକୁ ସୁରକ୍ଷା ଦେବା ନାଁରେ ନିଜ ଲୋକଙ୍କୁ କଷ୍ଟ ଦିଆଯାଇପାରିବ ନାହିଁ। ପରିବର୍ତ୍ତନ ପ୍ରକ୍ରିୟାରେ ଲୋକଙ୍କୁ ସାମିଲ କରି ସେମାନଙ୍କ ଜୀବିକା ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦରକାର। ୧୯୯୧-୯୨ ମସିହାରୁ ବିଶ୍ୱସ୍ତରରେ ଏହି ଧାରଣା ଉପରେ ଆଲୋଚନା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।

Earth Again Conference 2026: ‘ଗୋଟିଏ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ହୋଇ ବିକଳ୍ପ କଥା ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି’

 ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ କମାଇବା ପାଇଁ ବର୍ତ୍ତମାନ ଶକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି। ପୁରୁଣା ଶକ୍ତି ଉତ୍ସରୁ ସବୁଜ ଶକ୍ତି ଆଡ଼କୁ ଯିବା ସମୟରେ ପରିବେଶ ସହ ଲୋକଙ୍କ ଜୀବିକା ଓ ବିକାଶ ଯୋଜନାକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ହେବ। ଏହି ପରିପ୍ରେକ୍ଷୀରେ ‘Just Energy Transition’ ଧାରଣା ଗୁରୁତ୍ୱ ବହନ କରୁଛି। ଆମେରିକା ଓ ଜର୍ମାନୀ ଭଳି ଦେଶ ‘Just Energy Transition Partnership’ ମାଧ୍ୟମରେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଜାପାନର ‘Just In Time’ ଧାରଣା ପରି ଏବେ ବିଶ୍ୱସ୍ତରରେ ‘Just Transition’ ଶବ୍ଦଟି ଚର୍ଚ୍ଚାରେ ରହିଛି। ଏହା କେବଳ ଏକ ସାଧାରଣ ପରିବର୍ତ୍ତନ ନୁହେଁ; ବରଂ ନିୟମବଦ୍ଧ, ଯୋଜନାବଦ୍ଧ ଓ ସୁସଜ୍ଜିତ ଭାବେ ପରିବର୍ତ୍ତନକୁ ଆଗେଇ ନେବାର ଏକ ପ୍ରକ୍ରିୟା। ପରିବେଶ ସୁରକ୍ଷା ସହ ମାନବ ସମାଜର ଆର୍ଥିକ ଓ ସାମାଜିକ ସ୍ୱାର୍ଥକୁ ସାଥିରେ ନେଇ ଆଗକୁ ବଢ଼ିବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.