Puri: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ ହେବ ନୂତନ ପତିତପାବନ ଭକ୍ତ ନିବାସ

38 minutes ago 2
ARTICLE AD BOX

ପୁରୀ(ବିବୁଧ ମହାନ୍ତି): ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା ଏବଂ ପୁରୁଷୋତ୍ତମ ଭକ୍ତ ନିବାସ ପରେ ଏବେ ପୁରୀରେ ନିର୍ମାଣ ହେବାକୁ ଯାଉଅଛି ଆଉ ଏକ ନୂତନ ଭକ୍ତ ନିବାସ। ଏନେଇ ୨୬ ସେପ୍ଟେମ୍ବର ଶନିବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସବିଶେଷ ଆଲୋଚନା କରାଯିବା ସହ ପ୍ରସ୍ତାବ ଦିଆଯାଇଛି। ଇତିମଧ୍ୟରେ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସର ପଶ୍ଚାତ୍ ଭାଗ ଜମିର ଉନ୍ନତିକରଣ କରାଯାଇଛି ଏବଂ ଉକ୍ତ ଜମିରେ ପୂର୍ବରୁ ପ୍ରସ୍ତାବିତ ନୂତନ ଭକ୍ତ ନିବାସ ନିର୍ମାଣ ପାଇଁ ଅଭଡ଼ା ଯୋଜନାରୁ ପାଣ୍ଠି ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ପତ୍ର ପ୍ରେରଣ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ତଳ ମହଲାରେ ସେବକମାନଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ (କଲ୍ୟାଣ ମଣ୍ଡପ) ଏବଂ ଏକ ଉତ୍କୃଷ୍ଟ ମାନର ଡିସପେନସେରୀ କରିବା ପାଇଁ ପ୍ରସ୍ତାବ ରହିଛି।

ସୂଚନାଯୋଗ୍ୟ, ଗତ ବର୍ଷ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନୀଳାଦ୍ରି ଭକ୍ତ ନିବାସ ପଛ ଭାଗରେ ଶ୍ରୀମାର୍ଗ ନିକଟରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଜମିରେ ଏହି ଭକ୍ତନିବାସ ନିର୍ମାଣ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓବିସିସି ଏହି ପ୍ରକଳ୍ପର ଡି.ପି.ଆର୍ ପ୍ରସ୍ତୁତ କରିବ। ଏ ସମ୍ପର୍କରେ ସଦ୍ୟ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ କମିଟି ସଦସ୍ୟମାନେ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଓବିସିସି ସହ ଆଲୋଚନା କରିଥିଲେ।

ଆହୁରି ପଢନ୍ତୁ: Anti-social elements: ରାତି ୧୨ ପରେ ଡରାଉଛନ୍ତି ଅସାମାଜିକ: ପିସିଆର୍‌ ପାଟ୍ରୋଲିଂ ହେଉନଥିବା ଅଭିଯୋଗ, ୮ମାସରେ ୧୧୫ ଲୁଟ୍‌

ନୂତନ ଭାବେ ନିର୍ମାଣ ହେବାକୁ ଥିବା ଭକ୍ତନିବାସର ନାମ "ପତିତପାବନ ଭକ୍ତ ନିବାସ" ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ବନ୍ଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଡିପିଆର୍ ପ୍ରସ୍ତୁତି ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଲିଖିତ ପତ୍ର ଜରିଆରେ ଜଣାଇଛନ୍ତି। ଏହି ପ୍ରସ୍ତାବିତ  ଅତ୍ୟାଧୁନିକ ଭକ୍ତନିବାସ ପ୍ରକଳ୍ପ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀ ଶ୍ରଦ୍ଧାଳୁ ଏବଂ ସେବକ ଗୋଷ୍ଠୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.