ARTICLE AD BOX
ଭୁବନେଶ୍ବର: ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଗତକାଲି ଠାରୁ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ମୁକାବିଲା ସଂପର୍କିତ ଆଲୋଚନା ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ସଭାଗୃହରେ ଆଲୋଚନା ଜାରି ରହିଛି। ଆଜି ଏମ୍କେସିଜି ସଭାଗୃହରେ ଜଳବାୟୁ ଉଦ୍ୟୋଗୀ ବା ‘କ୍ଲାଇମେଟ୍ପ୍ରେନ୍ୟୋର୍ସ’ଙ୍କ ଭୂମିକା ନେଇ ଚର୍ଚ୍ଚା ହୋଇଛି। ଏହି ଅବସରରେ ‘ଅରାଶ୍ୟୋର’ର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଂକ୍ଷା ପ୍ରିୟଦର୍ଶିନୀ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପାଇଁ ଅଚାନକ ବର୍ଷା ହେଉଛି। ଏହାରି ପ୍ରଭାବରେ କେଉଁଠି ଜମିଛି ପାଣି ରହୁଛି ତ ଆଉ ଅଉ କେଉଁଠି ଅନ୍ୟ ଅସୁବିଧା ରହୁଛି। ସେହିପରି ବିଷାକ୍ତ ବାୟୁ ସମସ୍ତଙ୍କୁ ଅଣନିଃଶ୍ବାସୀ କରିଦେଉଛି?
ଆକାଂକ୍ଷା ପ୍ରିୟଦର୍ଶିନୀ କହିଛନ୍ତି, ରାଉରକେଲାର ବାୟୁ ପ୍ରଦୂଷଣ ସମସ୍ୟା ଦେଖି ୨୦୧୫ରେ ଏହି ଯାତ୍ରାର ମୂଳଦୁଆ ପଡ଼ିଥିଲା ଏବଂ ୨୦୨୨ରେ ଆରମ୍ଭ ହେଲା 'ଅରାଶ୍ୟୋର'। 'ଓପନ୍ ଏୟାର୍ କ୍ୱାଲିଟି ପ୍ଲାଟଫର୍ମ' ଜରିଆରେ ସାଧାରଣ ଲୋକେ ନିଜ ମୋବାଇଲ୍ରେ ମାଗଣାରେ ବାୟୁର ମାନ, ପ୍ରଚଣ୍ଡ ଖରା ଓ ଆଗାମୀ ପାଣିପାଗର ଲାଇଭ୍ ଅପଡେଟ୍ ପାଇପାରିବେ। ସେ କହିଛନ୍ତି, ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଆପଣଙ୍କ ଇଲାକାର ବାୟୁ ଗୁଣବତ୍ତା ତାପମାତ୍ରା ଏବଂ ହିଟ୍ ୱେଭ୍ ପରିସ୍ଥିତି ବିଷୟରେ ଜାଣିହେବ। ଆଗାମୀ କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ହେବାକୁ ଥିବା ବିଭିନ୍ନ ପାଣିପାଗ ପରିସ୍ଥିତି ସମ୍ବନ୍ଧୀୟ ସୂଚନା ଏଥିରୁ ମିଳିପାରିବ। ଏହି ଡାଟାଗୁଡ଼ିକ ଅନ୍-ଗ୍ରାଉଣ୍ଡ ସେନସର ମାଧ୍ୟମରେ ସଂଗ୍ରହ କରାଯାଇଥାଏ, ଯାହାକି ବାସ୍ତବ ସ୍ଥିତିର ପ୍ରକୃତ ସୂଚନା ପ୍ରଦାନ କରିଥାଏ।
ଏହି ଅଧିବେଶନରେ ମେଡ୍ ଇନ୍ ଓଡ଼ିଶାର ପ୍ରତିଷ୍ଠାତା ରତ୍ନାକର ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ସମ୍ବଲପୁରୀ ଶାଢ଼ି, ଢୋକ୍ରା କଳା, ମାଣ୍ଡିଆ, ହଳଦୀ ଭଳି ଅନେକ ଉତ୍କୃଷ୍ଟ ଜିନିଷ ରହିଛି, କିନ୍ତୁ ଏହାର ଉଚିତ ମୂଲ୍ୟ ମିଳୁନାହିଁ। ଏଥିପାଇଁ ତିନୋଟି ମୁଖ୍ୟ କାମ କରିବା ଦରକାର:
- ଆଇଫୋନ୍ ଭଳି ବ୍ରାଣ୍ଡିଂ: ଲୋକଙ୍କ ମନରେ ଏପରି ବିଶ୍ୱାସ ଆସିବା ଦରକାର ଯେ ଓଡ଼ିଶାର ଜିନିଷ ସବୁଠାରୁ ଉଚ୍ଚ ମାନର
- ଚାଷୀ ଓ କାରିଗରଙ୍କୁ ସଠିକ୍ ଲାଭ: କେବଳ ମଧ୍ୟସ୍ଥି ନୁହେଁ, ପରିଶ୍ରମ କରୁଥିବା ଚାଷୀ ଓ ବୁଣାକାରଙ୍କୁ ଲାଭର ଗୁରୁତ୍ୱପୂର୍ଣ୍ଣ ଅଂଶ ମିଳିବା ଉଚିତ
- ସରକାରୀ ସହାୟତା: ଉତ୍ତମ ପ୍ୟାକେଜିଂ, ଷ୍ଟୋରେଜ୍ ଏବଂ ବଜାର ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆବଶ୍ୟକ

46 minutes ago
2


