Akshay Kumar's Samuk Motion Poster Out: ଅକ୍ଷୟ କୁମାରଙ୍କ ‘ସାମୁକ୍’ର ମୋସନ୍ ପୋଷ୍ଟର ରିଲିଜ୍, ୨୦୨୭ରେ ହେବ ମୁକ୍ତିଲାଭ

12 hours ago 2
ARTICLE AD BOX

ମୁମ୍ବାଇ: ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ପୁଣିଥରେ ଦର୍ଶକଙ୍କୁ ଚକିତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ଚଳିତ ବର୍ଷ (୨୦୨୬) ‘ଭୂତ ବଙ୍ଗଳା’, ‘ୱେଲକମ୍ ଟୁ ଦ ଜଙ୍ଗଲ’ ଓ ‘ହୈୱାନ୍’ ଭଳି ଚଳଚ୍ଚିତ୍ର ପରେ ଏବେ ସେ ଏକ ସମ୍ପୂର୍ଣ୍ଣ ନୂଆ ଜୋନର୍ ବା ଶୈଳୀରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଆଗାମୀ ସାଇନ୍ସ-ଫିକ୍ସନ୍ ଓ ସର୍ଭାଇଭାଲ୍ ହରର୍ ଫିଲ୍ମ ‘ସାମୁକ୍’ର ପ୍ରଥମ ମୋସନ୍ ପୋଷ୍ଟର ମୁକ୍ତିଲାଭ କରିଛି, ଯାହା ସୋସିଆଲ୍ ମିଡିଆରେ ବେଶ୍ ଉତ୍ସୁକତା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ:ଦିଲ୍ଲୀରେ ଏଣିକି ଆଧାର କାର୍ଡ ବିନା ମିଳିବ ସରକାରୀ ଯୋଜନାର ଲାଭ, ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ ହେବ ବୈଧ

ମୋସନ୍ ପୋଷ୍ଟରରେ କ’ଣ ରହିଛି ଖାସ୍?

ପୋଷ୍ଟରଟି ଏକ ଘଞ୍ଚ ଓ କୁହୁଡ଼ିଆ ଜଙ୍ଗଲର ପୃଷ୍ଠଭୂମିରେ ପ୍ରସ୍ତୁତ ହୋଇଛି। ଏଥିରେ ଅକ୍ଷୟ ଏକ କଳା ରଙ୍ଗର ସୁଟ୍ ପିନ୍ଧି ହାତରେ ବନ୍ଧୁକ ଧରି କୌଣସି ଅଜଣା ବିପଦର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ତେବେ ପୋଷ୍ଟରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସେହି ଭୟଙ୍କର ‘ଜୀବ’ ଯାହାର ବିଶାଳ ପାଟି, ତୀକ୍ଷ୍ଣ ଦାନ୍ତ ଓ ପାଟିରୁ ଝରୁଥିବା କଳା ରଙ୍ଗର ତରଳ ପଦାର୍ଥ ଫିଲ୍ମର ରୋମାଞ୍ଚକୁ ଦ୍ୱିଗୁଣିତ କରୁଛି।

୧୩ ବର୍ଷ ପରେ ଅକ୍ଷୟ ଓ ବିପୁଲ ଶାହଙ୍କ ଯୋଡ଼ି

‘ସାମୁକ୍’ ମାଧ୍ୟମରେ ଦୀର୍ଘ ୧୩ ବର୍ଷ ପରେ ଅକ୍ଷୟ କୁମାର ଓ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ପୁଣିଥରେ ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ଏହି ଯୋଡ଼ି ‘ଆଁଖେଁ’, ‘ୱକ୍ତ’, ‘ନମସ୍ତେ ଲଣ୍ଡନ’ ଓ ‘ସିଂ ଇଜ୍ କିଙ୍ଗ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି।

କେବେ ମୁକ୍ତିଲାଭ କରିବ ଫିଲ୍ମ?

‘ସନ୍‌ସାଇନ୍ ପିକ୍ଚର୍ସ’ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ରୁକ୍ମିଣୀ ମୈତ୍ର, ବିନୀତ କୁମାର ସିଂହ, ରଜତ କପୁର, ବନିତା ସାନ୍ଧୁ ଓ ସ୍ୱାନନ୍ଦ କିର୍କିରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଭାରତୀୟ ସିନେମାରେ ହାଇ-ଅକ୍ଟେନ୍ ଆକ୍ସନ୍, ସାଇନ୍ସ-ଫିକ୍ସନ୍ ଏବଂ ହରର୍‌ର ଏହି ନିଆରା ମିଶ୍ରଣ ୨୦୨୭ ମସିହା ମେ ୨୮ ତାରିଖରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ: ପୂରଣ ହେଲା ମାଲକାନଗିରିଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲିପଡ଼ିଥିବା ୮ ଡାକ୍ତର ପଦବି

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.