ARTICLE AD BOX
କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ସଂଘର୍ଷ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ବୁଧବାର ଆଫଗାନ ତାଲିବାନ ବାହିନୀ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ରିପୋର୍ଟ ଅନୁସାରେ,ଆଫଗାନିସ୍ତାନ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଇଏସଆଇଏସ ଘାଟି ଉପରେ ଆକ୍ରମଣ କରିଛି, ଯେଉଁଥିରେ ଅନେକ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି।ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ପ୍ରଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ‘ଇସଲାମିକ୍ ଷ୍ଟେଟ୍ ଖୋରାସନ’(ଆଇଏସ-କେ)ର ଆଡ୍ଡା ଉପରେ ଏହି ଆକ୍ରମଣ କରାଯାଇଛି। ଏଥିରେ କୋଣସି ସାଧାରଣ ନାଗରିକ ମୃତାହତ ହୋଇ ନାହାନ୍ତି ବୋଲି ଆଫଗାନିସ୍ତାନ କହିଛି।
Accident: ଭୟଙ୍କର ଦୁର୍ଘଟଣା! ବସ୍-ଟ୍ରକ୍ ଧକ୍କାରେ ୮ ଜଣଙ୍କର ମୃତ୍ୟୁ
ତେବେ ପାକିସ୍ତାନୀ ସେନା କହିଛି ଯେ, ସେମାନେ ସୀମା ପାରରୁ ଆସିଥିବା ଚାରୋଟି ଡ୍ରୋନ୍କୁ ଖସାଇ ଦେଇଛନ୍ତି। ପାକିସ୍ତାନ ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛି ଏଭଳି ଆଉ କୌଣସି ଉତ୍ତେଜନା ସୃଷ୍ଟି ହେଲେ ଏହାର ଉଚିତ୍ ଜବାବ ଦିଆଯିବ।
ଆଫଗାନିସ୍ତାନର ପ୍ରତିଶୋଧ
ପୂର୍ବରୁ ଜୁନ୍ ୨୯ରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଯେଉଁଥିରେ ୨୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ସୂଚନାଯୋଗ୍ୟ,ଗତ ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ସ୍ୱାକ୍ଷରିତ ହୋଇଥିଲା।

1 hour ago
1


