Air pollution: ବଠିଣ୍ଡାରେ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷଣ, ଏକ୍ୟୁଆଇ ୧୦୪୮

4 days ago 3
ARTICLE AD BOX

ନୂଆଦିଲ୍ଲୀ: ଦୀପାବଳି ପରେ ଉତ୍ତର ଭାରତର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ଏହି ସମୟରେ ପଞ୍ଜାବର ବଠିଣ୍ଡା ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ଗୁରୁବାର ଏଠାରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୧୦୪୮ରେ ପହଞ୍ଚିଥିବା ଏକ୍ୟୁଆଇ.ଇନ୍‌ର ତଥ୍ୟରୁ ଜଣାପଡ଼ିଛି। ଏହା ପରେ ଉତ୍ତରପ୍ରଦେଶର ମିରଟରେ ଏକ୍ୟୁଆଇ ୬୮୦ ଏବଂ ହରିୟାଣାର ସିର୍‌ସାରେ ୬୩୬ ରେକର୍ଡ କରାଯାଇଛି।

ଏହି ତାଲିକାର ଆଉ ଏକ ଚିନ୍ତାଜନକ ଦିଗ ହେଉଛି, ବିଶ୍ୱର ସର୍ବାଧିକ ପ୍ରଦୂଷିତ ସମସ୍ତ ୧୦ଟି ସହର ଭାରତରେ ରହିଛି। ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ସହରଗୁଡ଼ିକ ଏହି ତାଲିକାରେ ଅଧିକ ରହିଛନ୍ତି। ସବୁ ୧୦ଟି ସହରର ଏକ୍ୟୁଆଇ ୪୦୦ ଉପରେ ରହିଥିବା ରିପୋର୍ଟରେ କୁହାଯାଇଛି। ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଉତ୍ତର ଭାରତର ବାୟୁ ପ୍ରଦୂଷଣ ବଢ଼ିଥିଲେ ମଧ୍ୟ ବଠିଣ୍ଡାର ଏହି ସ୍ଥିତି ପାଇଁ ନଡ଼ାପୋଡ଼ି ଓ ପାଣିପାଗର ଭୂମିକା ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଧାନ ଅମଳ ପରେ ଜମିରେ ରହିଯାଉଥିବା ନଡ଼ାକୁ ଜଳାଇ ଦିଆଯାଉଥିବାରୁ ବିପୁଳ ଧୂଆଁ ଓ ସୂକ୍ଷ୍ମ ଧୂଳିକଣା ବାୟୁମଣ୍ଡଳରେ ମିଶୁଛି। ଏହି କଣିକା ମଧ୍ୟରୁ ପିଏମ୍‌୨.୫ ମଣିଷର ଶ୍ୱାସକ୍ରିୟା ପାଇଁ ବିଶେଷ କ୍ଷତିକାରକ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନଭେମ୍ବର ୮ରେ ପଞ୍ଜାବରେ ୧୧୫୨ଟି ନଡ଼ାପୋଡ଼ି ଘଟଣା ରେକର୍ଡ ହୋଇଥିଲା। ସେଥିମଧ୍ୟରୁ ବଠିଣ୍ଡା ଜିଲ୍ଲାରେ ୧୩୨ଟି ଘଟଣା ଘଟିଥିଲା। ନଭେମ୍ବର ୮ ପର୍ଯ୍ୟନ୍ତ ପଞ୍ଜାବରେ ମୋଟ ୪୪୫୯ଟି ନଡ଼ାପୋଡ଼ି ଘଟଣା ଚିହ୍ନଟ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା ସଂକ୍ରାନ୍ତ ଆୟୋଗ (ସିଏକ୍ୟୁଏମ୍‌)ର ଜିଲ୍ଲାୱାରୀ ତଥ୍ୟରୁ ଜଣାପଡ଼ିଛି। ଏହି ଘଟଣାରେ ବଠିଣ୍ଡା ରାଜ୍ୟର ଚତୁର୍ଥ ସର୍ବାଧିକ ପ୍ରଭାବିତ ଜିଲ୍ଲା ଥିଲା। ଏହା ସହିତ ପାଣିପାଗ ମଧ୍ୟ ପ୍ରଦୂଷଣକୁ ଅଧିକ ଘନୀଭୂତ କରୁଛି। ନଭେମ୍ବରରେ ରାତିର ତାପମାତ୍ରା କମିବା ଏବଂ ବାୟୁମଣ୍ଡଳ ସ୍ଥିର ରହିବା ଯୋଗୁଁ ଧୂଆଁ ଓ ପ୍ରଦୂଷିତ କଣିକା ଉପରକୁ ଉଠି ଦୂରକୁ ପ୍ରବାହିତ ହୋଇପାରୁନାହିଁ। ଗୁରୁବାର ସକାଳେ ବଠିଣ୍ଡାରେ ପବନର ବେଗ ମଧ୍ୟ କମ୍‌ ଥିବାରୁ ପ୍ରଦୂଷିତ ବାୟୁ ଅଞ୍ଚଳରୁ ବାହାରିବାରେ ବାଧା ସୃଷ୍ଟି ହୋଇଥିଲା।

Re Sustainability: ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

ତେଣୁ ଦୀପାବଳିର ବାଣ ଧୂଆଁ ଉତ୍ତର ଭାରତର ପ୍ରଦୂଷଣକୁ ବଢ଼ାଇଥିଲେ ମଧ୍ୟ ବଠିଣ୍ଡାରେ ଏବେ ଦେଖାଦେଇଥିବା ଭୟାବହ ସ୍ଥିତି ପଛରେ ନଡ଼ାପୋଡ଼ି ଓ ପ୍ରତିକୂଳ ପାଣିପାଗର ବଡ଼ ଭୂମିକା ରହିଛି। ଏହା ଦର୍ଶାଉଛି ଯେ, ପ୍ରଦୂଷଣ ସମସ୍ୟା କେବଳ ପର୍ବପର୍ବାଣିରେ ବାଣ ଫୁଟାଇବା ଯୋଗୁଁ ସୃଷ୍ଟି ହେଉନାହିଁ। ଚାଷଜମିରେ ନଡ଼ା ଜଳାଇବା ଓ ଶୀତଦିନର ପାଣିପାଗ ମଧ୍ୟ ଏହାକୁ ଦୀର୍ଘ ସମୟ ଧରି ଗମ୍ଭୀର କରି ରଖୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.