AI with TV: ଟିଭି ସାଙ୍ଗରେ ଏଆଇ

2 days ago 5
ARTICLE AD BOX

ଏବେ ଟେଲିଭିଜନ୍‌ ସଙ୍ଗରେ ଯୋଡ଼ି ହୋଇଯାଇଛି କୃତ୍ରିମ ବୁଦ୍ଧିମତ୍ତା ବା  ଏଆଇ। ସାମ୍‌ସଙ୍ଗ ଏ ଦିଗରେ ଏକ ପାଦ ଆଗକୁ ଯାଇଛି। ଏହାର ବିଗ୍‌ ସ୍କ୍ରିନ୍‌ ଟିଭିସେଟ୍‌ରେ ଏଆଇ ଟେକ୍‌‌େନା‌େଲାଜି ସଂଯୋଜିତ ହୋଇଛି। ସାମ୍‌ସଙ୍ଗ୍‌  ଭିଜନ୍‌ ଏଆଇ ଟିଭି ପୋର୍ଟଫୋଲିଓରେ ମାଇକ୍ରୋ ଆର୍‌ଜିବି, ଓଏଲ୍‌ଇଡି, ନିଓ କ୍ୟୁଏଲ୍‌ଇଡି, ମିନି ଏଲ୍‌ଇଡି ଓ କ୍ରିଷ୍ଟାଲ୍‌ ୟୁଏଚ୍‌ଡି ଭଳି ମଡେଲ୍‌ରେ ଏହି ସୁବିଧା ଉପଲବ୍ଧ କରାଇଛି କମ୍ପାନି। 

Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

କମ୍ପାନି ଅନୁଯାୟୀ, ଏହି ଟିଭିଗୁଡ଼ିକରେ ଥିବା ଏଆଇ ଆଧାରିତ ବୈଶିଷ୍ଟ୍ୟଗୁଡ଼ିକ ମାଧ୍ୟମରେ ଅଧିକ ବ୍ୟକ୍ତିଗତ ଓ ସ୍ମାର୍ଟ ଅଭିଜ୍ଞତା ଗ୍ର‌ାହକ ହାସଲ କରିପାରିବେ। ଭିଜନ୍‌ ଏଆଇ ବଡ଼ ଟିଭି ଉପରେ ସାମ୍‌ସଙ୍ଗ କମ୍ପାନି ପକ୍ଷରୁ ଅନେକ ଅଫର୍ ଦିଆଯାଉଛି। ଏଥିରେ ୧,୦୨,୯୯୦ ଟଙ୍କା ପର୍ଯ୍ୟନ୍ତ ମାଗଣା ସାଉଣ୍ଡବାର୍ ଏବଂ କିଛି ମଡେଲ୍ କ୍ରୟ ଉପରେ ୫,୨୯,୯୯୦ ଟଙ୍କା ପର୍ଯ୍ୟନ୍ତ ଏକ ମାଗଣା ଟିଭି ଅନ୍ତର୍ଭୁକ୍ତ। ଗ୍ରାହକମାନେ ୨୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଓ ଶୂନ୍ୟ-ଡାଉନ୍ ପେମେଣ୍ଟ ବିକଳ୍ପ ମଧ୍ୟ ପାଇପାରିବେ। ସାମ୍‌ସଙ୍ଗ ଅନୁଯାୟୀ, କିଛି ଉତ୍ପାଦରେ ୩୬ ମାସ ପର୍ଯ୍ୟନ୍ତ ଇଏମ୍‌ଆଇ ବିକଳ୍ପ ମଧ୍ୟ ଉପଲବ୍‌ଧ। ତେବେ ମଡେଲ୍ ଓ ଅଫର୍‌ ଉପରେ ନିର୍ଭର କରି ଲାଭ ଭିନ୍ନ ଭିନ୍ନ ହୋଇପାରେ।

Congress: ୫ ରାଜ୍ୟ ନିର୍ବାଚନରେ ୨୪୮.୬ ‌ କୋଟି ଖର୍ଚ୍ଚ କରିଛି କଂଗ୍ରେସ

ସାମ୍‌ସଙ୍ଗର ସଦ୍ୟତମ ଭିଜନ୍‌ ଏଆଇ ଟିଭିଗୁଡ଼ିକରେ, କମ୍ପାନି ଏଆଇ ଅଭିଜ୍ଞତା ବୃଦ୍ଧି କରିବା ପାଇଁ ବିକ୍ସବି, ପର୍ପ୍ଲେକ୍ସିଟି ଓ ମାଇକ୍ରୋସଫ୍‌ଟ କୋପାଇଲଟ୍‌ ଭଳି ଏଆଇ ସେବା ପ୍ଲାଟ୍‌ଫର୍ମଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି। ଏହା କେବଳ କଣ୍ଟେଣ୍ଟ୍‌ ଦେଖିବା ବଦଳରେ ବିଭିନ୍ନ ସ୍ମାର୍ଟ ଫିଚର୍ସ ଓ ପର୍ସନାଲାଇଜ୍‌ଡ ଏକ୍ସପେରିଏନ୍‌ସ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ସାମ୍‌ସଙ୍ଗ ଭିଜନ୍‌ ଏଆଇ ଟିଭି ସହିତ କିଛି ଏକ୍‌ସଟ୍ରା ସର୍ଭିସ୍‌ ଓ ଭାଲ୍ୟୁ-ଆଡେଡ୍‌ ବେନିଫିଟ୍‌ସ ବି ଦିଆଯାଇଛି। ଏଥିରେ ସାମ୍‌ସଙ୍ଗ ଟିଭି ପ୍ଲସ୍‌, ସାମ୍‌ସଙ୍ଗ କେୟାର୍‌+, ସାମ୍‌ସଙ୍ଗ ଫାଇନାନ୍‌ସ+, ସାମ୍‌ସଙ୍ଗ ସାଉଣ୍ଡ+ ଓ ସାମ୍‌ସଙ୍ଗ ଆର୍ଟ+ ଅନ୍ତର୍ଭୁକ୍ତ। କମ୍ପାନି କେତେକ ଟିଭିରେ ସାତ ବର୍ଷ ପର୍ଯ୍ୟନ୍ତ ଓଏସ୍‌ ଅପ୍‌ଗ୍ରେଡ୍ ପ୍ରଦାନ କରୁଛି। ଏହି ଟିଭିଗୁଡ଼ିକ କମ୍ପାନିର ରିଟେଲ୍‌ ଷ୍ଟୋର୍‌, ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଉପଲବ୍‌ଧ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.