ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଗୁରୁବାର ରାତିରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଏବଂ ପୁଲିସ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ଅଛନ୍ତି। ମୃତାହତମାନେ ହେଲେ ଦିବ୍ୟ ରଂଜନ ସାହୁ (୩୨), ପ୍ରଶାନ୍ତ ଜେନା (୩୮) ଏବଂ ହିମାଂଶୁ ରାୟ (୩୫)। ଆହତ ୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ କହିବା ଅନୁସାରେ ଗତକାଲି ମଧ୍ୟରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ପୁରୀ ପୁଲିସ କର୍ମଚାରୀ ପ୍ରଶାନ୍ତ ଜେନା, ହିମାଂଶୁ ରାୟ ଏବଂ ଦିବ୍ୟରଞ୍ଜନ ସାହୁ ମୋବାଇଲ ଟ୍ରାକିଙ୍ଗ ମାମଲାରେ ପୁରୀରୁ ଭଦ୍ରକ ଜିଲ୍ଲା ନାୟକାଣିଡିହୀ ଥାନା ବିରସ୍ ଛକ ନିକଟରେ ମୋବାଇଲ ଚୋରି ଘଟଣାରେ ଟ୍ରାକିଂ ପାଇଁ ଆସିଥିଲେ। ବିଳମ୍ବିତ ରାତିରେ ଏମାନେ ନିଜର କାମରେ ବ୍ୟସ୍ତ ଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇଥିଲା। ସିଧାସଳଖ ଏମାନଙ୍କର ଉପରେ ଚଢ଼ି ଯାଇଥିଲା।
Chauri Chaura Express: କାନପୁରରେ ରେଳ ଦୁର୍ଘଟଣା: ଷ୍ଟେସନରୁ ବାହାରି ଲାଇନଚ୍ୟୁତ ହେଲା ଚୌରୀଚୌରା ଏକ୍ସପ୍ରେସ୍
ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସମସ୍ତ ୩ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୨ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଭଦ୍ରକ ପୁଲିସ ମହଲରେ ଶୋକର ଛାୟା ଖେଳି ଯାଇଛି।

3 days ago
3


