Accident: ଭୟଙ୍କର ଦୁର୍ଘଟଣା! ବସ୍-ଟ୍ରକ୍ ଧକ୍କାରେ ୮ ଜଣଙ୍କର ମୃତ୍ୟୁ

2 hours ago 1
ARTICLE AD BOX

ଦୌସା: ରାଜସ୍ଥାନର ଦୌସା ଜିଲ୍ଲା ଦେଇ ଯାଇଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ବୁଧବାର ଭୋର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟଛି, ଯାହା ଅନେକ ପରିବାରର ଖୁସିକୁ ଛଡ଼ାଇ ନେଇଛି। କୋଲୱା ଥାନା ଅଞ୍ଚଳର ଦ୍ୱାରପୁରା ଗ୍ରାମ ନିକଟରେ ଏକ୍ସପ୍ରେସୱେରରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା, ଯାହା ଫଳରେ ଦୁଇଟି ଗାଡ଼ି ମଧ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ରାଜପଥରେ ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍‌ଟି କିଛି ମିନିଟ୍ ମଧ୍ୟରେ ନିଆଁ ପିଣ୍ଡୁଳା ହୋଇ ଯାଇଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଅନେକ ଯାତ୍ରୀ ନିଆଁରେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ସର୍ବଶେଷ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ୨୨ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ।

ପ୍ରଶାସନ ଆଶଙ୍କା କରୁଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ। କାରଣ କିଛି ଯାତ୍ରୀ ଛୋଟ ପିଲା ଥିଲେ। ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି କେଉଁ କାରଣରୁ ନିଆଁ ଲାଗିଥିଲା। କିନ୍ତୁ ଦୁର୍ଘଟଣା ଯୋଗୁଁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି। ପୁଲିସ ଏବଂ କର୍ତ୍ତୃପକ୍ଷ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି  ଏବଂ ଦୁର୍ଘଟଣାର କାରଣ ଖୋଜୁଛନ୍ତି। ମୃତକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ବସ୍ ଭିତରେ ଏବଂ ଘଟଣାସ୍ଥଳରେ ନିରନ୍ତର ସନ୍ଧାନ ଅଭିଯାନ ଚଳାଇଛନ୍ତି।

Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.