Accident: ଝାରବନ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ମୃତ, ଜଣେ ଆହତ

2 days ago 3
ARTICLE AD BOX

ଝାରବନ୍ଧ: ବରଗଡ଼ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା-ହରିଡ଼ାଟାଲ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ବଣ୍ଡାମୁଣ୍ଡା ଗ୍ରାମର ଛବିଲ ବରିହା (୨୭) ଏବଂ ଗଣ୍ଡପଡ଼ା ଗ୍ରାମର ଶିବ ପ୍ରକାଶ ନାୟକ (୧୯) ରହିଛନ୍ତି।

ଝାରବନ୍ଧ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି

ସୂଚନା ଅନୁଯାୟୀ, ଶିବ ପ୍ରକାଶ ବାଇକ୍ ଚଳାଉଥିଲେ। ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଥିବାବେଳେ ତାଙ୍କ ପରିଚୟ ଜଣାପଡ଼ିନାହିଁ। ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଝାରବନ୍ଧ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସୂଚନା ରହିଛି    l

Headmaster: ଅମ୍ବାଦଳା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଧାରଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.