A Patient: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

2 days ago 3
ARTICLE AD BOX

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାଳୟର ଚାରି ମହଲାରୁ ଡେଇଁ ରୋଗୀ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧିମନ୍ଦିର ରୋଡ୍ ସ୍ଥିତ ୩୫ ବର୍ଷୀୟ ମନୋଜ ଦେହୁରୀ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍

ମନୋଜ ଦୁଇ ଦିନ ତଳେ ବାତ ରୋଗ ଓ  ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ ହୋଇଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ଚାରି ମହଲା ଉପରୁ ଡେଇଁ ପଡ଼ିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଉଦ୍ଧାର କରି ଓପିଡିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ କେଉଁ କାରଣରୁ ୪ ମହଲାରୁ ଡେଇଁଲେ ତା'ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ମେଡିକାଲରେ ସୁରକ୍ଷା କର୍ମୀ ଥାଇ ଏତେ ବଡ଼ ଅଘଟଣ କିଭଳି ଘଟିଲା, ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଢେଙ୍କାନାଳ ଟାଉନ ଥାନା ପୁଲିସ୍ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Accused Arrested: ହତ୍ୟାକାଣ୍ଡର ୪ ମାସ ପରେ ମିଳିଲା ମୃତକଙ୍କ କଙ୍କାଳ ଓ ହାଡ଼, ବନ୍ଧା ହେଲା ଅଭିଯୁକ୍ତ ସାଙ୍ଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.