ARTICLE AD BOX
ଘୁ.ଉଦୟଗିରି: ସ୍ଥାନୀୟ ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ସ୍ଥାନୀୟ ଜେଏମ୍ଏଫସି କୋର୍ଟ ଏବଂ ବନବିଭାଗର ମିଳିତ ଆନୁକୂଲ୍ୟରେ ଆଜି (ଶନିବାର) ୭୭ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସିନିଅର୍ ସିଭିଲ୍ କୋର୍ଟ ମାଜିଷ୍ଟ୍ରେଟ ଦୀପା ଦାସ, ଜେଏମ୍ଏଫସି କୋର୍ଟ ମାଜିଷ୍ଟ୍ରେଟ ପ୍ରଣତି ପଟେଲ ଅତିଥି ଭାବେ ଯୋଗ ଦେଇଥିଲେ।
ସଭା ଆରମ୍ଭରେ ପ୍ରଥମେ ବୃକ୍ଷଚାରା ଓ ମାଟି ମା’ ଙ୍କୁ ପୂଜା କରି ବୃକ୍ଷରୋପଣ କରିଥିଲେ। ବନପାଳ ପ୍ରଶିକ୍ଷଣ କେନ୍ଦ୍ର ଡିସିଏଫ ଆଶିଷ କୁମାର ବେହେରା, ଏସିଏଫ୍ କାଜୋଲ କୁମାରୀ ନାୟକ, ଏସିଏଫ୍ କଳ୍ପନା ନାୟକ, ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ, ଫରେଷ୍ଟର ରଶ୍ମିତା ବକ୍ସି, ଶଙ୍କର ପଣ୍ଡା, ଫରେଷ୍ଟ ଗାର୍ଡ ମନୋଜ କୁମାର ମହାପାତ୍ର ଙ୍କ ସହ ଅନ୍ୟ କର୍ମଚାରୀ ତଥା ପ୍ରଶିକ୍ଷଣ ନେଉଥିବା ବନପାଳ ପ୍ରଶିକ୍ଷାର୍ଥୀ ଉପସ୍ଥିତଥିଲେ।
Tree plantation: ବୃକ୍ଷରୋପଣ ନାଁରେ ଚଳୁ କରିଦେଲେ: ବାଡ଼ା ଅଛି, ଗଛ ନାହିଁ
ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସର ରେ ୧୦୦ ରୁ ଊର୍ଦ୍ଧ୍ବ ବିଭିନ୍ନ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ରୋପଣ କରାଯାଇଥିବା ମୂଲ୍ୟବାନ ବୃକ୍ଷଚାରା ଗୁଡ଼ିକର ଯତ୍ନ ନେବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଡିସିଏଫ ସମସ୍ତଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଜେଏମ୍ଏଫ୍ସି କୋର୍ଟ ଏବଂ ବନପାଳ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ।

1 hour ago
1


