ARTICLE AD BOX
ଭୁବନେଶ୍ୱର: ରାଜ୍ୟର ସମସ୍ତ ୩୧୪ ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବଜେଟ୍ ବିନିମୟରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡ଼ିଅମ୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି (ସୋମବାର) କଳିଙ୍ଗ ଷ୍ଟାଡ଼ିଅମ୍ ଠାରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପ ସମ୍ପର୍କିତ ଏକ ଦିଗଦର୍ଶନ ତଥା ବୈଷୟିକ ଉପସ୍ଥାପନା (Orientation-cum-Technical Presentation) ଶିବିର ଅନୁଷ୍ଠିତ ହୋଇଯାଇଛି।
ଗୁଗଲ୍ ମ୍ୟାପ୍ରେ ସର୍ବାଧିକ ଖୋଜାଯାଇଛି ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍
ବ୍ଲକ ସ୍ତରୀୟ ଷ୍ଟାଡ଼ିଅମ୍ରେ ପ୍ରସ୍ତାବିତ ଥିବା ଆନୁଷଙ୍ଗିକ ସୁବିଧାଗୁଡ଼ିକ ମଧ୍ୟରେ ଷ୍ଟାଡ଼ିଅମ୍ରେ ଫୁଟବଲ୍, କ୍ରିକେଟ୍ ପଡ଼ିଆ, ଆଥଲେଟିକ୍ସ ଟ୍ରାକ୍, ଥ୍ରୋ ଏରିଆ, ଜମ୍ପ ଏରିଆ, ଭଲିବଲ କୋର୍ଟ ଆଦିର ନିର୍ମାଣ କରାଯିବ। ଏଥିସହିତ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଷ୍ଟାଡ଼ିଅମ୍ର ଇଣ୍ଡୋର ହଲ୍ରେ ବ୍ୟାଡ଼ମିଣ୍ଟନ କୋର୍ଟ, ଟେବୁଲ ଟେନିସ୍ ଆଦି କ୍ରୀଡ଼ା ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିବ।
ଭିତ୍ତିପ୍ରସ୍ତରକୁ ୨୬ ବର୍ଷ ପୂରିବ; ସ୍ବପ୍ନରେ ରହିଗଲା ଡେରିକି ମିନିଷ୍ଟାଡିଅମ୍
ଏଥିସହ ପ୍ରତିଟି ଷ୍ଟାଡ଼ିଅମ୍ରେ ସାଧାରଣ ସୁବିଧା କେନ୍ଦ୍ର (Common Facility Centre) ରହିବା ସହ ଷ୍ଟାଡ଼ିଅମ୍ରେ ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ମଧ୍ୟ ଚୟନ କରାଯିବ।
District Mineral Fund: ଜିଲ୍ଲା ଖଣିଜ ପାଣ୍ଠିରୁ ଅଢ଼େଇ କୋଟି ବ୍ୟୟ: କୋଇଡ଼ା ମିନି ଷ୍ଟାଡିୟମ୍ ଏବେ ଭୂତକୋଠି
ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ ୟେଦୁଲା ବିଜୟ , ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଇଡ୍କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

7 hours ago
3


