20 grams of heroin seized: ୨୦ ଗ୍ରାମ୍‌ ହେରୋଇନ୍‌ ଜବତ, ଜଣେ ଗିରଫ: ଝାରସୁଗୁଡ଼ାରୁ ବିକ୍ରି କରିବାକୁ ଆସି ବନ୍ଧାହେଲା

1 month ago 15
ARTICLE AD BOX

ରାଉରକେଲା: ପୁଣି ରେଲୱେ କଲୋନି ଅଞ୍ଚଳରୁ ହେରୋଇନ ଜବତ କରିଛି ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ। ବେଆଇନ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତହେଲେ କଳାହାଣ୍ଡି ଗୋଲାମୁଣ୍ଡାର ମୂଳବାସିନ୍ଦା ତଥା ଝାରସୁଗୁଡ଼ା ଶାନ୍ତିନଗର ବୁରୋମାଲ ଅଞ୍ଚଳର ଭାଗୀରଥି ମେହେର(୩୨)। ତାଠାରୁ ୨୦ ଗ୍ରାମ୍‌ ହେରୋଇନ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତାକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

Water Crisic: ଅତୀତରେ ମାଓବାଦୀଙ୍କ ସହ ଲଢୁଥିଲେ ଲକଡ଼ପାଜୁବାସୀ, ପାଣି ପାଇଁ ଏବେ କରୁଛନ୍ତି ସଂଘର୍ଷ

ସୂଚନାନୁଯାୟୀ, ନିଶା କାରବାର ଓ ଅସ୍ତ୍ରଶସ୍ତ୍ର କାରବାରରେ ଲିପ୍ତ ଥିବା ଭାଗୀରଥି ମେହେର ଗୁରୁବାର ସକାଳେ ଟ୍ରେନ୍‌ରେ ଝାରସୁଗୁଡ଼ାରୁ ରାଉରକେଲା ଆସିଥିଲା। ଷ୍ଟେସନ୍‌‌ରେ ଓହ୍ଲାଇବା ପରେ ୨ ନମ୍ବର ପ୍ରବେଶ ପଥ ଦେଇ ରେଲୱେ କଲୋନି ଆଡ଼କୁ ବାହାରି ଯାଇଥିଲା। ଷ୍ଟେସନ୍‌ରେ ଯାଞ୍ଚ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଚାଲିଚାଲି ଯାଇଥିଲା। ତେବେ ସେ ହେରୋଇନ୍‌ ଡିଲ୍‌ କରିବାକୁ ଯାଇଥିବା ନେଇ ପ୍ଲାଣ୍ଟସାଇଟ୍‌ ପୁଲିସକୁ ସୂଚନା ମିଳିଥିଲା। ଏସ୍‌ଆଇ ଉମେଶ ଅହିର ତୁରନ୍ତ ସଦଳବଳ ନେଇ ରେଲୱେ କଲୋନି ବଡ଼ପାର୍କରେ ପହଞ୍ଚିଥିଲେ। ତାକୁ ତୁରନ୍ତ କାବୁ କରି ଖାନତଲାସି କରାଯାଇଥିଲା। ତାଠାରୁ ଏକ ପଲିଥିନ୍‌ରେ ଧଳାଜହର ମିଳିବା ପରେ ଥାନାକୁ ଅଣାଯାଇଥିଲା। ପଚରାଉଚରା କରିବାରୁ ସ୍କୁଲ୍ ଓ କଲେଜ ପିଲା ତଥା ସାଧାରଣ ଲୋକଙ୍କୁ ବିକ୍ରି କରି ଆର୍ଥିକ ଲାଭ ପାଇଁ ରାଉରକେଲା ଆସିଥିବା ଜଣାପଡ଼ିଥିଲା। ତାକୁ ତୁରନ୍ତ ଗିରଫ କରି ଧଳାଜହର ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଭାଗୀରଥି ମେହେର ନାଁରେ ଝାରସୁଗୁଡ଼ା ଲଇକେରା ଓ ଟାଉନ ଥାନାରେ ୩ଟି ନିଶା କାରବାର ଓ ନିଶାଦ୍ରବ୍ୟ କାରବାର ମାମଲା ରହିଛି।

Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.