10,000 fruit trees: ଉଜାଡ଼ି ଦେଲେ ୧୦ ହଜାର ଫଳଗଛ: ୧୦ ବର୍ଷ ପରେ ନଗଡ଼ା, ପାଣିରେ ପଡ଼ିଲା ୩ କୋଟି

8 hours ago 1
ARTICLE AD BOX

କାଳିଆପାଣି: ‘ସମ୍ବାଦ’ ଦ୍ବାରା ନଗଡ଼ା ଘଟଣାବଳୀ ଲୋକଲୋଚନକୁ ଆସିବା ୧୦ ବର୍ଷ ହେଲାଣି। ସ୍ଥାୟୀ ପ୍ରତିକାର ସ୍ବରୂପ ପ୍ରଶାସନ ନଗଡ଼ାର ଘରେ ଘରେ ପୁଷ୍ଟି ଉଦ୍ୟାନ ସୃଷ୍ଟି, ବାଡ଼ିବଗିଚାରେ ଫଳଗଛ ଲଗାଇବା ଓ ଆଧୁନିକ କୃଷି ପ୍ରୟୋଗ ଉପରେ ଗୁରୁତ୍ବ ଦେଇଥିଲା। ଉଦ୍ଦେଶ୍ୟ ଥିଲା ପୁଷ୍ଟିଯୁକ୍ତ ଖାଦ୍ୟ ଓ ଭିଟାମିନ୍‌ଯୁକ୍ତ ଫଳ ପ୍ରତି ଆକର୍ଷିତ କରାଇ ନଗଡ଼ାରୁ ଅପପୁଷ୍ଟି ହଟାଇବା। ହେଲେ ନଗଡ଼ା ଓ ପାରିପାର୍ଶ୍ବିକ ଅଞ୍ଚଳବାସୀ ଫଳବଗିଚା ଏବଂ ଉଦ୍ୟାନକୃଷିକୁ ଆଦୌ ଭରସୁ ନାହାନ୍ତି। ନଗଡ଼ା, ଗୁହିଆଶାଳ, ତଳଡିହ, ତୁମୁଣି, ଅଶୋକଝର, ଦେଓଗାଁ, କଙ୍କଡ଼ାଗୋଡ଼ି ଗାଁରେ ୧୫୦ରୁ ଅଧିକ ଜୁଆଙ୍ଗ ପରିବାରକୁ ୧୦ ବର୍ଷ ଧରି ମଞ୍ଜି ଓ ଗଛଚାରା ବଣ୍ଟା ଯାଇଥିଲେ ହେଁ କାହା ବାଡ଼ିବଗିଚାରେ ସଜନା ଗଛ କିମ୍ବା ଲେମ୍ବୁ ଗଛଟିଏ ନାହିଁ। କାଁଭାଁ କଦଳୀଗଛ ଓ ଅମୃତଭଣ୍ଡା ଗଛ ତିଷ୍ଠି ରହିଛି। ‘ମୋ ଉପକାରୀ ବଗିଚା’ ଓ ‘ପୁଷ୍ଟି ଉଦ୍ୟାନ’ ପାଇଁ ପ୍ରଶାସନ ପକ୍ଷରୁ (ଭିଭିଜି ରାମଜି) ଯୋଜନାରେ ଅତିରିକ୍ତ ସ୍ବତନ୍ତ୍ର ସହାୟତା ଦିଆଯାଇଥିଲେ ହେଁ ବାଡ଼ିରେ ପନିପରିବା ଚାଷର ଦୃଷ୍ଟାନ୍ତ ନାହିଁ। 

America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ

ପାଣିରେ ପଡ଼ିଲା ୩ କୋଟି
ପାରମ୍ପରିକ ପୋଡ଼ୁଚାଷ ପାଇଁ ଜୁଆଙ୍ଗଙ୍କ ଜିଦ୍‌

୨୦୧୭ ମସିହା ଜୁଲାଇ ମାସରେ ଉପର ନଗଡ଼ାରେ ୨୫ ଏକର ବିଶିଷ୍ଟ ଉଜୁଡ଼ା ଜଙ୍ଗଲରେ ଗ୍ରାମ୍ୟ ଫଳ ଉଦ୍ୟାନ ସୃଷ୍ଟି କରାଯାଇଥିଲା। ୨ରୁ ୩ ବର୍ଷ ମଧ୍ୟରେ ଏଠାରେ ବିଭିନ୍ନ ଫଳ ଫଳିବା ଆରମ୍ଭ କରିଥିଲା। ଗତ ୧୦ ବର୍ଷ ମଧ୍ୟରେ ବନ ବିଭାଗ, ଉଦ୍ୟାନ ବିଭାଗ ଓ ଓଏଲ୍‌ଏମ୍‌ ପକ୍ଷରୁ ଫଳଗଛ ଓ ପୁଷ୍ଟି ଉଦ୍ୟାନ ପାଇଁ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ନଗଡ଼ାରେ ଫଳଗଛ କିମ୍ବା ପୁଷ୍ଟି ଉଦ୍ୟାନର ଚିହ୍ନବର୍ଣ୍ଣ ନାହିଁ। ଗ୍ରାମବାସୀ ଉଦ୍ଦେଶ୍ୟମୂଳକ ଭାବେ ସବୁଗଛ ଉଜାଡ଼ି ଦେଉଛନ୍ତି। ଏବେ ବି ଜୁଆଙ୍ଗମାନଙ୍କର ପାରମ୍ପରିକ ପୋଡ଼ୁଚାଷ ପ୍ରତି ଅହେତୁକ ଦୁର୍ବଳତା ରହିଛି। ଜଙ୍ଗଲକୁ ନେଇ ବନ ବିଭାଗ ଓ ଜୁଆଙ୍ଗମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ନାଲିଆଡାବରୁ ଗୁହିଆଶାଳ ମଧ୍ୟରେ ଥିବା ଦୈତାରୀ ସଂରକ୍ଷିତ ଜଙ୍ଗଲର ୩ କିଲୋମିଟର ବ୍ୟାପୀ ହଜାର ହେକ୍ଟରରୁ ଅଧିକ ଜମିରେ ଥିବା ବାଉଁଶବଣକୁ ଗ୍ରାମବାସୀ ପୋଡ଼ି ସେଠାରେ ପୋଡ଼ୁଚାଷ କରିଆସୁଛନ୍ତି। ପାହାଡ଼ି ଢାଲୁ ଜମିରୁ ଅମଳ କରୁଥିବା ଷଠିଆ ଧାନ, ମକା, କାକୁଡ଼ି ଇତ୍ୟାଦିର ସ୍ବାଦ ନିଆରା ଦର୍ଶାଇ ପୋଡ଼ୁଚାଷ ସପକ୍ଷରେ ଅଜବ ଯୁକ୍ତି କରୁଛନ୍ତି। ଏ ସଂପର୍କରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ରାଧାଶ୍ୟାମ ବେହେରାଙ୍କୁ ପଚାରିବାରୁ ସଚେତନତା ଅଭାବରୁ ନଗଡ଼ାବାସୀ ଉଦ୍ୟାନ କୃଷିକୁ ଭରସୁ ନଥିବା କହିଥିଲେ। ଅନ୍ୟପକ୍ଷରେ ନଗଡ଼ା ପାରିପାର୍ଶ୍ବିକ ଅଞ୍ଚଳରେ ପୋଡ଼ୁଚାଷ ଚିନ୍ତାର କାରଣ ହୋଇଥିବା ସୁକିନ୍ଦା ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନ ପ୍ରକାଶ କରିଛନ୍ତି।

Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.