୭୫ଫୁଟର ତ୍ରିରଙ୍ଗା ଧରି ବୁଲିଲେ ଛାତ୍ରଛାତ୍ରୀ

3 hours ago 1
ARTICLE AD BOX

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ତହସିଲଦାର ସମୁଦ୍ର ମିଶ୍ର, ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଜିପିଓ ଅନୀଲ ପଟ୍ଟନାୟକଙ୍କ ସମେତ ଭେଙ୍କଟେଶ୍ୱର ବେହେରା, ଜ୍ଞାନ ଚନ୍ଦ୍ର ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ପ୍ରଶାନ୍ତ ମୁନି ପ୍ରମୁଖ  ୭୫ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ନେଇ ସମଗ୍ର ସହର ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତର ଧ୍ଵନି ସହ ତ୍ରିରଙ୍ଗା ଯାତ୍ରା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟ,ହବାକ ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, କଳିଙ୍ଗ ମହାବିଦ୍ୟାଳୟ, ଏମଏମସି ନର୍ସିଂ ସ୍କୁଲ, ଶିଶୁ ମନ୍ଦିର ଏବଂ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.