Paralakhemundi Fire Brigade ଆନ୍ଧ୍ର ପୁଲିସର ଅନୁରୋଧରେ ସହାୟତାର ହାତ ବଢ଼ାଇଲା ପାରଳା ଅଗ୍ନିଶମ ବାହିନୀ

9 minutes ago 1
ARTICLE AD BOX

ପାରଳାଖେମୁଣ୍ଡି:  ଆନ୍ଧ୍ରପ୍ରଦେଶ-ଓଡ଼ିିଶା ସୀମାନ୍ତ ପାରଳାଖେମୁଣ୍ଡି ନିକଟ ପୁରୁଣାପାଟଣାରେ ଏକ ଧାନକଳରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆନ୍ଧ୍ରପୁଲିସର ଅନୁରୋଧରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ନିଶମ କର୍ମଚାରୀ। 

Suresh Pujari: ଗଜପତିର ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ  ପୁରୁଣାପାଟଣା ରାସ୍ତାରେ ଅବସ୍ଥିତ ଏକ ଚାଉଳ ମିଲ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ମିଲ୍‌ଟି ପାରଳାଖେମୁଣ୍ଡି ସହରଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି।

fire fighters AP-Odisha1

ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବା ପରେ ଆନ୍ଧ୍ରପ୍ରଦେଶ ପୁଲିସ ପକ୍ଷରୁ ପାରଳାଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରକୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। 

Surrendered: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା
ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ସେମାନଙ୍କ ତ୍ୱରିତ ପଦକ୍ଷେପ ଓ ଉଦ୍ୟମ ଯୋଗୁଁ ମିଲ୍‌ରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଲିଭାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ମିଲ୍‌ର କେତେକ ଯନ୍ତ୍ରପାତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ରାଜ୍ୟର ବିପଦ ସମୟରେ ଓଡ଼ିଶାର ଅଗ୍ନିଶମ ବାହିନୀର ଏହି ତ୍ୱରିତ ସହଯୋଗ ଦୁଇ ରାଜ୍ୟ ମଧ୍ୟରେ ଆପତ୍କାଳୀନ ସମନ୍ୱୟ ଓ ମାନବିକତାର ଏକ ଉଦାହରଣ ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.