ARTICLE AD BOX
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି (ମଙ୍ଗଳବାର) ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସକାଳ ସୁଦ୍ଧା ଅତିଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ-ୟାନମ ଉପକୂଳରେ ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି।
Cyclone Akvan Preparedness: ବାତ୍ୟା ଅକବନ ପ୍ରସ୍ତୁତି: ଭଞ୍ଜନଗର ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ସତର୍କ କଲା ପ୍ରଶାସନ
ବାତ୍ୟା ପ୍ରଭାବରେ ୧୯ ଓ ୨୦ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୮ଟି ଜିଲ୍ଲାର ୮୭ଟି ବ୍ଲକ୍ର ୧୯୦୨ଟି ବିପଦପ୍ରବଣ ସ୍ଥାନ ଚିହ୍ନଟ କରିଛନ୍ତି।
Cyclone Akban Preparedness in Ganjam: ବାତ୍ୟା ଅକବାନ ଭୟ: ଗଞ୍ଜାମରେ ଗର୍ଭବତୀଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଜାରି, ୧୧୫୦ ଚିହ୍ନଟ
ପ୍ରାୟ ୨ ଲକ୍ଷ ୪ ହଜାର ୭୦ ଜଣଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି। ଏଥିମଧ୍ୟରୁ କନ୍ଧମାଳରେ ୨୬୨ ଜଣଙ୍କୁ ଇତିମଧ୍ୟରେ ସ୍ଥାନାନ୍ତର କରାଯାଇଛି। ୩୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଥିବାବେଳେ ଗର୍ଭବତୀ ମହିଳାଙ୍କ ସମେତ ବୟସ୍କ, ଶିଶୁ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଓ ୧୪ଟି ଏନ୍ଡିଆରଏଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ବାତ୍ୟା ପ୍ରସ୍ତୁତି ସୂଚନା ଦେବାକୁ ପ୍ରତିଯୋଗିତା; ମୁଖ୍ୟସଚିବ ବୈଠକ ନେଲେ, ମନ୍ତ୍ରୀ କହିଲେ
ଏଥିସହ ଗଞ୍ଜାମ, ଗଜପତି ଓ ମାଲକାନଗିରି ଜିଲ୍ଲାକୁ ଜରୁରୀକାଳୀନ ସହାୟତା ପାଇଁ ଏସ୍ଡିଆରଏଫ୍ରୁ ୬.୫ କୋଟି ଟଙ୍କା ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ୧୮ରୁ ୨୦ ତାରିଖ ଯାଏ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ ରଖିବା ସହ ଜନଜୀବନର ସୁରକ୍ଷା ପାଇଁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

12 minutes ago
1


