‘Umang’ Youth Festival ରାଜ୍ୟ ସରକାର ଓ ଆର୍ଟ ଅଫ୍ ଲିଭିଂର ଯୁବ ଉତ୍ସବ ‘ଉମଙ୍ଗ’ : ଲକ୍ଷ୍ୟ ନିଶାମୁକ୍ତ ଯୁବ ସମାଜ

19 minutes ago 1
ARTICLE AD BOX

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଆଜି (ମଙ୍ଗଳବାର)  ରାଜ୍ୟ ସରକାର ଓ ଆର୍ଟ ଅଫ୍‌ ଲିଭିଂର ମିଳିତ ଆନୁକୂଲ୍ୟର  ଆୟୋଜିତ ଯୁବ ମହୋତ୍ସବ ‘ଉମଙ୍ଗ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଯୋଗ ଦେଇ ଯୁବସମାଜର ସାମଗ୍ରିକ ବିକାଶ, ଗୁଣାତ୍ମକ ଶିକ୍ଷା, ନାରୀ ସଶକ୍ତୀକରଣ ଏବଂ ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ନେଇ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଛନ୍ତି। 

Cooking without LPG : ଶ୍ରୀଶ୍ରୀ ରବିଶଙ୍କରଙ୍କ ‘କୁକିଂ ଫ୍ରମ୍ ୱାଟର’ ଭିଡିଓ ଭାଇରାଲ
ମୁଖୃମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ରାଜ୍ୟର ପ୍ରଗତି ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିବା ‘ନିଶା’ ସମସ୍ୟାର ମୂଳୋତ୍ପାଟନ ପାଇଁ ସରକାରଙ୍କ ରଣନୀତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଶାମୁକ୍ତ ଓଡ଼ିଶା କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏହା ସରକାରଙ୍କ ବଜ୍ର ଶପଥ । 

ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ ୱେଲନେସ କ୍ୟାମ୍ପସ୍ ପାଇଁ ଖୁବଶୀଘ୍ର ଡିପିଆର୍
ଆଗାମୀ ଦିନରେ ସ୍କୁଲ ଓ କଲେଜ ସ୍ତରରେ ସ୍ୱତନ୍ତ୍ର ନିଶା ବିରୋଧୀ ପାଠ୍ୟକ୍ରମ ବା ମଡ୍ୟୁଲ୍ ପ୍ରସ୍ତୁତ କରାଯିବ ଏବଂ ନିଶାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ସହିତ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ‘ଦି ଆର୍ଟ ଅଫ୍ ଲିଭିଂ’ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଚାଲିଥିବା ‘ଡ୍ରଗ୍ସ ଫ୍ରି ଇଣ୍ଡିଆ ମୁଭମେଣ୍ଟ’ର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧ୍ୟାନ, ଯୋଗ, ପ୍ରାଣାୟାମ ଏବଂ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ ବିନା କୌଣସି କ୍ଷତିକାରକ ପଦାର୍ଥରେ ମନକୁ ସ୍ୱାଭାବିକ ଭାବେ ପ୍ରଫୁଲ୍ଲ ଓ ସକ୍ରିୟ ରଖିବାରେ ସହାୟକ ହୋଇଥାଏ।

ସବରିମାଳା ମନ୍ଦିରରେ ଲିଙ୍ଗଗତ ସମାନତା ଲାଗୁ ଉଚିତ୍‌ ନୁହେଁ: ଶ୍ରୀ ଶ୍ରୀ ରବିଶଙ୍କର
ଏହା ସହିତ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅବଦାନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କେବଳ ପାଠପଢ଼ାରେ ସୀମିତ ନରହି ‘ଏଜୁକେସନ୍ ୱିଥ୍ ଭାଲ୍ୟୁଜ୍’ ବା ମୂଲ୍ୟବୋଧଭିତ୍ତିକ ଶିକ୍ଷା ମାଧ୍ୟମରେ ଭବିଷ୍ୟତର ରାଷ୍ଟ୍ରନିର୍ମାତା ପ୍ରସ୍ତୁତ କରୁଛି ଏବଂ ଏହା ଏକ ମାନବ ନିର୍ମାଣର କାରଖାନା ପାଲଟିଛି।

Umang- Ravishankar1

ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି, ଜୀବନରେ ପ୍ରକୃତ ଆନନ୍ଦ ଓ ଉତ୍ସାହ ବାହ୍ୟ କ୍ଷତିକାରକ ନିଶା ଦ୍ରବ୍ୟରୁ ନୁହେଁ, ବରଂ ନିଜ ଭିତରର ଆତ୍ମଶକ୍ତି, ଆତ୍ମଚିନ୍ତନ, ଧ୍ୟାନ ଏବଂ ଯୋଗରୁ ମିଳିଥାଏ। ଯୁବସମାଜ ନିଜର ଅସୀମ ଶକ୍ତିକୁ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବାରେ ବିନିଯୋଗ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଧ୍ୟାନ, ପ୍ରାଣାୟାମ ଏବଂ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ ମନକୁ ଚାପମୁକ୍ତ ଓ ପ୍ରଫୁଲ୍ଲ ରଖିବା ସହ ଏକ ନିଶାମୁକ୍ତ, ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ସମାଜ ଗଠନରେ ସବୁଠାରୁ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ତାମିଲନାଡୁରେ ଜରୁରୀ ଅବତରଣ କଲା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର
ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ଅତିଥିମାନଙ୍କୁ ନିଶାଠାରୁ ଦୂରେଇ ରହିବା ଏବଂ ଏକ ସୁସ୍ଥ, ନିଶାମୁକ୍ତ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ସାମୂହିକ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ  ପ୍ରମୁଖ ମଞ୍ଚାସୀନ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.