ARTICLE AD BOX
ଶୀତଋତୁ ଆସିବା ମାତ୍ରେ ଶରୀରକୁ ଭିତରୁ ଗରମ ରଖିବା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରି ହୋଇପଡ଼େ। ଏପରି କେତେକ ପ୍ରାକୃତିକ ଖାଦ୍ୟ ରହିଛି, ଯାହା ଏହି ସମୟରେ ଶକ୍ତି ଯୋଗାଇବା ସହିତ ଶରୀରକୁ ଗରମ ରଖିଥାଏ।
ଘିଅ: ଶୀତଦିନିଆ ଖାଦ୍ୟରେ ଘିଅ ସର୍ବୋତ୍ତମ। ଏଥିରେ ଥିବା ସ୍ବାସ୍ଥ୍ୟକର ଚର୍ବି ଶରୀରକୁ ପ୍ରାକୃତିକ ଉଷ୍ମତା ପ୍ରଦାନ କରେ। ଗରମ ଖେଚୁଡ଼ି କିମ୍ବା ରୁଟିରେ ଘିଅ ପକାଇ ଖାଇବା ଦ୍ୱାରା ହଜମ ଶକ୍ତି ଭଲ ହେବା ସହ ଶରୀର ଭିତରୁ ଗରମ ରହିଥାଏ।
ରାଶି: ରାଶିରେ ପ୍ରଚୁର ପରିମାଣରେ ଆଇରନ୍, କ୍ୟାଲ୍ସିୟମ୍ ଓ ହେଲ୍ଥ୍ ଫ୍ୟାଟ୍ ଥାଏ। ଶୀତଦିନେ ଗୁଡ଼ ରାଶିଲଡୁ କିମ୍ବା ଚିକି ଖାଇବା ଦ୍ୱାରା ହାଡ଼ ମଜଭୁତ୍ ହେବା ସହ ଶରୀରରେ ଉଷ୍ମତା ବଜାୟ ରହେ।
ମକା: ଏହା ଏକ ପୁଷ୍ଟିକର ଶସ୍ୟ, ଯାହା ଶରୀରକୁ ଧୀରେ ଧୀରେ ଦୀର୍ଘ ସମୟ ପାଇଁ ଶକ୍ତି ଯୋଗାଇଥାଏ।
ଅଦା: ଅଦାରେ ଥିବା ‘ଜିଞ୍ଜରୋଲ୍’ ରକ୍ତ ସଞ୍ଚାଳନକୁ ତ୍ବରାନିତ କରିଥାଏ। ତେଣୁ ଅଦା ଶୀତଦିନେ ହାତଗୋଡ଼ ଥଣ୍ଡା ପଡ଼ିବାରୁ ରକ୍ଷା ମିଳେ। ଅଦା ଚା’ କିମ୍ବା ସୁପ୍ ପିଇବା ଦ୍ୱାରା ଗଳା ବସିବା ସମସ୍ୟାରୁ ମଧ୍ୟ ଆରାମ ମିଳେ।
ଗୁଡ଼: ଚିନି ବଦଳରେ ଗୁଡ଼ ଖାଇବା ଶରୀର ପାଇଁ ତୁଳନାତ୍ମକ ଭାବେ ଭଲ। ଆଇରନ୍ ଓ ମ୍ୟାଗ୍ନେସିୟମ୍ରେ ଭରପୂର ଗୁଡ଼ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖେ।
ମିଠା ଆଳୁ: ଶୀତଦିନେ ମିଠା ଆଳୁ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ। ଏଥିରେ ଥିବା ଫାଇବର୍ ଓ ଭିଟାମିନ୍-ଏ ଶରୀରର ତାପମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରେ।
ବାଦାମ ଓ ଆଖ୍ରୋଟ୍: ପ୍ରତିଦିନ କିଛି ପରିମାଣରେ ଭିଜା ବାଦାମ ଓ ଆଖ୍ରୋଟ୍ ଖାଇବା ଦ୍ୱାରା ଶରୀରକୁ ଓମେଗା-୩ ଫ୍ୟାଟି ଏସିଡ୍ ଓ ପ୍ରୋଟିନ୍ ମିଳିଥାଏ, ଯାହା ଶରୀରକୁ ସତେଜ ଓ ଗରମ ରଖେ।
Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ
ହଳଦୀ କ୍ଷୀର: ଗରମ କ୍ଷୀରରେ ହଳଦୀ ଓ ଜାଇଫଳ ମିଶାଇ ପିଇବା ଦ୍ୱାରା ଶରୀର ଭିତରୁ ଗରମ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଭଲ ନିଦ ହେବାରେ ସାହାଯ୍ୟ କରେ।
ସୋରିଷ ଶାଗ: ସୋରିଷ ଶାଗ ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଇରନ୍ରେ ଭରପୂର ହୋଇଥାଏ। ଶୀତଦିନେ ଏହାର ସେବନ ଉପକାରୀ
ରସୁଣ: ରସୁଣରେ ଥିବା ‘ଆଲିସିନ୍’ ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଓ ଶୀତଦିନିଆ ସଂକ୍ରମଣରୁ ରକ୍ଷା କରେ। ଖାଦ୍ୟରେ ରସୁଣର ବ୍ୟବହାର ଶରୀରରେ ରକ୍ତ ସଞ୍ଚାଳନକୁ ସ୍ୱାଭାବିକ ରଖିବା ସହ ଉଷ୍ମତା ବଜାୟ ରଖେ।

15 hours ago
3


