ARTICLE AD BOX
ରାଉରକେଲା(ଦେବ ଗଡ଼ତିଆ): ସୁନ୍ଦରଗଡ଼ଜିଲ୍ଲା ତଥା ଇସ୍ପାତନଗରୀ ରାଉରକେଲାର ରାଜନୈତିକ ଇତିହାସରେ ଆଜି (ଗୁରୁବାର) ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଉରକେଲାର ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକ ଆଗାମୀ ୨୦୨୯ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାଉରକେଲା ବିଜେଡିରେ ଉତ୍ତରାଧିକାରୀ କିଏ ହେବ, ସେ ନେଇ ଚର୍ଚ୍ଚା ଧରିଲାଣି।
ଦଳକୁ ମଜବୁତ କରିବାକୁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ: ସାରଦା ନାୟକ
ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନ ଅବସରରେ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ଦଳୀୟ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରି ଶ୍ରୀ ନାୟକ କହିଛନ୍ତି ଯେ, ରାଉରକେଲାବାସୀଙ୍କ ସମର୍ଥନରୁ ୪ ଥର ବିଧାୟକ ହୋଇଛି, ମନ୍ତ୍ରୀ ବି ହୋଇଛି। ଦଳରେ ବହୁ ଯୋଗ୍ୟ ଓ ଯୁବ ଚେହେରା ଅଛନ୍ତି। ନୂଆ ଓ ଯୁବ ନେତୃତ୍ୱ ସୁଯୋଗ ପାଇବା ଦରକାର। ତେବେ ନିର୍ବାଚନ ନ ଲଢ଼ିଲେ ମଧ୍ୟ ସକ୍ରିୟ ରାଜନୀତି ଓ ସଂଗଠନ ସହ ଜଡ଼ିତ ରହିବି। ପଛରେ ରହିକି ମାର୍ଗଦର୍ଶନ କରିବା ସହ ଦଳ ପାଇଁ ଅଧିକ କାମ କରିପାରିବି। ଆଗାମୀ ନିର୍ବାଚନରେ ଜିଲ୍ଲାରେ ଦଳର ସମସ୍ତ ପ୍ରାର୍ଥୀ ଯେଭଳି ବିପୁଳ ଭୋଟରେ ବିଜୟୀ ହେବେ, ସେଥିପାଇଁ ନିଷ୍ଠାପର ପରିଶ୍ରମ କରିବି।
ବିଧାୟକ ସାରଦା ନାୟକଙ୍କ ନିର୍ବାଚନକୁ ଚାଲେଞ୍ଜ: ହାଇକୋର୍ଟରେ ମାମଲା ଦାୟର କଲେ ଦିଲ୍ଲୀପ ରାୟ
ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ରାଜନୀତିର ଜଣେ ଟାଣୁଆ ଓ ଲୋକପ୍ରିୟ ଚେହେରା ସାରଦାଙ୍କ ଘୋଷଣା, ସ୍ଥାନୀୟ ରାଜନୈତିକ ମହଲରେ ନୂଆ ସମୀକରଣ ସୃଷ୍ଟି କରିଛି। ସାରଦା ୨୦୦୪ ମସିହାରେ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ରାଉରକେଲା ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଏହାପରେ ୨୦୦୯ ମସିହାରେ ସେ ପୁନର୍ବାର ବିଜୟୀ ହେବା ସହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ୨୦୧୪ ନିର୍ବାଚନରେ ସେ ପରାଜିତ ହୋଇଥିଲେ ମଧ୍ୟ ହାର୍ ମାନିନଥିଲେ। ୨୦୧୯ ଓ ୨୦୨୪ ନିର୍ବାଚନରେ ସେ ପୁଣିଥରେ ରାଉରକେଲା ଆସନରୁ ବିଜୟୀ ହୋଇ ନିଜର ଦବ୍ଦବା ଜାହିର କରିଥିଲେ। ୨୦୨୩ ମସିହାରେ ସେ ଦ୍ବିତୀୟଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ଇଏସ୍ଆଇ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

57 minutes ago
3


