ARTICLE AD BOX
ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ପକ୍ଷରୁ ଚନ୍ଦ୍ରଶେଖରପୁର ସୋରୁମରେ ବ୍ରାଇଡାଲ୍ ସୋ ଅଭିଯାନ ଘୋଷଣା କରାଯାଇଛି। ଏହି ଅଭିଯାନ ଚଳିତ ମାସ ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଲାବାରର ସୁନା, ହୀରା, ପୋଲ୍କି, ମୂଲ୍ୟବାନ ରତ୍ନପଥର ଆଦିରେ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍ ଗହଣାଗୁଡ଼ିକୁ ସାମିଲ କରାଯାଇଛି। ଓଡ଼ିଆ ଅଭିନେତ୍ରୀ ଡେଜି ଏହି ସୋକୁ ଉନ୍ମୋଚନ କରିଥିଲେ।
ଏହି ଅବସରରେ ଗ୍ରାହକମାନଙ୍କ ପାଇଁ ଅଫର ଘୋଷଣା କରାଯାଇଛି। ସୁନା ଗହଣା ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ, ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ, ଏରା ଓ ପ୍ରେସିଆ ଗହଣାର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ଓ ରୁପା ଗହଣା ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ମିଳିବ।
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ‘ବ୍ରାଇଡ୍ ଅଫ୍ ଇଣ୍ଡିଆ’ ଅଭିଯାନ
ଏହି ସୋ ସମ୍ପର୍କରେ କମ୍ପାନିର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ କହିଛନ୍ତି, ପ୍ରତିବର୍ଷ ଆମେ ଉପସ୍ଥାପନ କରୁଥିବା ନୂଆ ଡିଜାଇନ ଓ ଆକର୍ଷଣୀୟ ଅଫର ପାଇଁ ନୂଆ ପିଢ଼ିର ବଧୂମାନଙ୍କ ମଧ୍ୟରେ ଏହି ସୋ ବେଶ ଲୋକପ୍ରିୟ ହୋଇପାରିଛି। ନିକଟରେ ଆମେ ଉଲ୍ଲେଖନୀୟ ବ୍ରାଇଡାଲ୍ ଗହଣା ଉନ୍ମୋଚନ କରିଥିଲୁ। ଏହା ବଧୂମାନଙ୍କୁ ଉଲ୍ଲସିତ କରିବ ବୋଲି ସେ କହିଛନ୍ତି।

1 hour ago
3


