ARTICLE AD BOX
ସାନା : ସାଉଦି ଆରବ ସହ ସାମରିକ ଉତ୍ତେଜନା ମଧ୍ୟରେ ୟେମେନର ହୁତି ଯୋଦ୍ଧାଙ୍କ କିଛି ଫଟୋ ଓ ଭିଡିଓ ଏବେ ଚର୍ଚ୍ଚାରେ । ଏହି ଫଟୋରେ ଅନେକ ଯୋଦ୍ଧାଙ୍କ ଗୋଟିଏ ପାର୍ଶ୍ୱର ଗାଲ ଫୁଲିଥିବା ଦେଖାଯାଉଛି । କାରଣ ସେମାନେ ମୁହଁରେ କିଛି ସବୁଜ ପତ୍ର ଜାକିଥାନ୍ତି । ଏହି ପତ୍ରକୁ ‘ଖାତ୍’ ବା ‘କାତ୍’ କୁହାଯାଏ । ୟେମେନରେ ଏହାକୁ ଚୋବାଇବାର ପରମ୍ପରା ବହୁ ପୁରୁଣା ଏବଂ କେବଳ ହୁତି ଯୋଦ୍ଧା ନୁହେଁ, ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଏହାର ବ୍ୟବହାର ରହିଛି ।
Bhadrab Purnima: ଭାଦ୍ରବ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା
‘ଖାତ୍’ ହେଉଛି ଏକ ଉଦ୍ଭିଦର ପତ୍ର, ଯାହାକୁ ମୁଖ୍ୟତଃ ୟେମେନ୍, ଇଥିଓପିଆ ଓ ପୂର୍ବ ଆଫ୍ରିକାର କିଛି ଅଞ୍ଚଳରେ ଲୋକେ ଚୋବାଇଥାନ୍ତି । ଏହାର ବୈଜ୍ଞାନିକ ନାମ ‘କଥା ଏଡୁଲିସ୍’ । ପତ୍ରରେ ଖାତିନୋନ୍ ନାମକ ଏକ ଉତ୍ତେଜକ ରାସାୟନିକ ଥାଏ । ଏହାକୁ ବୁସ୍ମ୍ୟାନ୍ସ ଟି ମଧ୍ୟ କୁହାଯାଏ । ଏହାର କୋମଳ ପତ୍ର ଓ ଡାଳିକୁ ଚୋବାଇ ଖାଇବା ପରିବର୍ତ୍ତେ ମୁହଁର ଗୋଟିଏ ପାର୍ଶ୍ୱରେ ଜାକି ରଖାଯାଏ । ପତ୍ରଗୁଡ଼ିକୁ ଧୀରେ ଧୀରେ ଚୋବାଇବା ସମୟରେ ଏଥିରେ ଥିବା ସକ୍ରିୟ ରାସାୟନ ଲାଳ ମାଧ୍ୟମରେ ଶରୀରରେ ପହଞ୍ଚେ । ପ୍ରାୟ ୩୦ରୁ ୬୦ ମିନିଟ୍ ମଧ୍ୟରେ ଏହାର ଉତ୍ତେଜକ ପ୍ରଭାବ ଅନୁଭୂତ ହୋଇପାରେ ।
ଏହି କାରଣରୁ ପତ୍ରକୁ ଗୋଟିଏ ପାର୍ଶ୍ୱରେ ରଖିଲେ ଗାଲ ଫୁଲିଥିବା ଦେଖାଯାଏ। ଖାତ୍ରେ ଥିବା ରାସାୟନିକ ଉପାଦାନ ମସ୍ତିଷ୍କ ଓ ସ୍ନାୟୁତନ୍ତ୍ରକୁ ଉତ୍ତେଜିତ କରେ । ଦୀର୍ଘ ସମୟ ଧରି ଅଧିକ ବ୍ୟବହାର କଲେ ନିର୍ଭରଶୀଳତା ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ରହିଥାଏ ।

46 minutes ago
1


