ARTICLE AD BOX
କଟକ: ୬ ବର୍ଷିୟା ନାବାଳକ ସହିତ ଦୁଷ୍କର୍ମ ଅଭିଯୋଗ ମାମଲାର କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଜଜ (ଏଫଟିଏସସି-୧) ଅଦାଲତ ବିଚାରପତି ପି.କେ.ଦାସ ଶୁଣାଣି କରି ଜଗତପୁର ଥାନା ଅଞ୍ଚଳର ଡାଙ୍ଗୁଆ ଓରଫ ଚିରଞ୍ଜୀବ ଦେହୁରୀ (୨୬)କୁ ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଅଦାଲତ ବିଏନଏସର ଧାରା ୬୫(୨) ଓ ପୋକସୋ ଆଇନର ଧାରା ୬ରେ ଚିରଞ୍ଜୀବକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ରାଶି ଅନାଦେୟ କ୍ଷେତ୍ରରେ ଆସାମୀକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ପୀଡ଼ିତ ନାବାଳକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୬, ଜାନୁଆରି ୧୪ ଦିନ ୧୧ଟା ବେଳେ ପଡ଼ିଆରେ ଖେଳୁଥିବା ୬ ବର୍ଷିୟା ନାବାଳିକାକୁ ଚକଲେଟ ଦେଇ ଚିରଞ୍ଜୀବ ପାଖକୁ ଡାକି ଦୁଷ୍କର୍ମ କରିଥିଲା। ଘରେ ଏ ବିଷୟରେ କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଚିରଞ୍ଜୀବ ଧମକ ଦେଇଥିଲା। ନାବାଳିକାଙ୍କ ଶରୀରରେ ଲାଗିଥିବା ଆଘାତ ସଂକ୍ରାନ୍ତରେ ଜାଣିବା ପରେ ପରିବାର ସଦସ୍ୟ ଘଟଣା ବିଷୟରେ ପଚାରି ବୁଝିଥିଲେ।
ଜାନୁଆରି ୧୫ରେ ଜଗତପୁର ଥାନାରେ ନାବାଳିକାଙ୍କ ପରିବାର ତରଫରୁ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଓ ଜାନୁଆରି ୧୬ରେ ଚିରଞ୍ଜୀବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ୨୦୨୬, ମାର୍ଚ୍ଚ ୧୫ରେ ଅଦାଲତରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ମେ ୧୧ରେ ଅଦାଲତରେ ଚାର୍ଜଫ୍ରେମ ହୋଇଥିଲା ଓ ଜୁନ ୬ରେ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶୁଭନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।
Bhadrab Purnima: ଭାଦ୍ରବ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା

42 minutes ago
1


