ସ୍ବୀକାର କଲେ ଅମରିନ୍ଦର ସିଂହ, ଅନ୍ତଃକନ୍ଦଳ ପାଇଁ ଦଳ କ୍ଷତି ସହୁଛି; ମୋ ସହ କିଛି ନେତାଙ୍କର ସମସ୍ୟା ରହିଛି

17 hours ago 3
ARTICLE AD BOX

ଚଣ୍ଡୀଗଡ଼ : ଅମରିନ୍ଦର ସିଂହ ରାଜା ୱାରିଙ୍ଗ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବାପରେ ସ୍ବୀକାର କରିଛନ୍ତି ଯେ, ଦଳ ମଧ୍ୟରେ ଅନ୍ତଃକନ୍ଦଳ ହିଁ ଦଳର କ୍ଷତି କରୁଛି । କିନ୍ତୁ ଅନୁଷ୍ଠାନରେ କାହା ସହ ତାଙ୍କର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ଏକ ସାକ୍ଷାତ୍‌କାରରେ ୱାରିଙ୍ଗ କାହାର ନାଁ ନ ନେଇ କହିଛନ୍ତି, ପଞ୍ଜାବ କଂଗ୍ରେସରେ କିଛି ନେତାଙ୍କର ମୋ ସହ କିଛି ସମସ୍ୟା ଥାଇପା‌ରେ । ୱାରିଙ୍ଗ କହିଛନ୍ତି, ଯେଉଁଠି ବି ଦେଖ ଅନ୍ତଃକନ୍ଦଳ ହିଁ କ୍ଷତି ଘଟାଏ । ଆମେ ମଧ୍ୟ ଏଥିପାଇଁ କ୍ଷତି ସହୁଛୁ ।

ଇଥିଓପିଆରେ ପଣବନ୍ଦୀ ଥିବା ୩ ଗୁଜରାଟୀ ସୁରକ୍ଷିତ ଘରକୁ ଫେରିଲେ

ଅମରିନ୍ଦର ମଧ୍ୟ ଗୁୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ବାୟୋ ଅପଡେଟ୍‌ କରିଛନ୍ତି । ସେ ତାଙ୍କ ବାୟୋରେ ପଞ୍ଜାବ କଂଗ୍ରେସର ‘ପୂର୍ବତନ ସଭାପତି’ ବୋଲି ଲେଖିଛନ୍ତି । ଲୁଧିଆନା ସାଂସଦ ୱାରିଙ୍ଗ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୂଚନା ପାଇବା ପରେ ପାର୍ଟି ହାଇକମାଣ୍ଡଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଥି‌ଲେ । ଦଳୀୟ ନେତୃବୃନ୍ଦ ଖୁବ୍‌ଶୀଘ୍ର ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ଅନ୍ୟ କାହାକୁ ବାଛିପାରନ୍ତି ।

ତେବେ ପୂର୍ବତନ ରାଜ୍ୟ ମନ୍ତ୍ରୀ ବିଜୟ ଇନ୍ଦର ସିଂହ କିମ୍ବା ପୂର୍ବତନ ମନ୍ତ୍ରୀ ପରଗତ ସିଂହ ରାଜ୍ୟରେ ନୂଆ କଂଗ୍ରେସ ମୁଖ୍ୟ ହୋଇପାରନ୍ତି ବୋଲି ଆଶା କରାଯାଉଛି । ଅନ୍ୟପକ୍ଷେ ୱାରିଙ୍ଗ ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ଅଧିକ କିଛି ସୂଚନା ନ ଦେଇ କହିଛନ୍ତି ଯେ ମୁଁ ଦଳର ଜଣେ ଶୃଙ୍ଖଳିତ ସୈନିକ ଏବଂ ମତେ ଯେଉଁ ଦାୟିତ୍ବ ଦିଆଯିବ ତାହା ମୁଁ ପାଳନ କରିବି । ଉଲ୍ଲେଖଯୋଗ୍ୟ, ନବନିଯୁକ୍ତ ପଞ୍ଜାବ ପ୍ରଭାରୀ ସଚିନ ପାଇଲଟ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ପାର୍ଟି ହାଇକମାଣ୍ଡଙ୍କ ନିକଟ‌ରେ ରିପୋର୍ଟ ଦାଲଖ କରିବା ପରେ ୱାରିଙ୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷେ ୱାରିଙ୍ଗ ଆଜି ପାର୍ଟି ହାଇକମାଣ୍ଡ୍‌ଙ୍କ ସହ ବୈଠକ ପାଇଁ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.