ARTICLE AD BOX
ଭୁବନେଶ୍ବର: ସର୍ବିଆର ନାଗରିକ ତଥା କ୍ଲିନ ଫର ଇଣ୍ଡିଆର ଲାଜାର ଭାରତରେ ବିଗତ ୮ ବର୍ଷ ହେଲା ରହୁଛନ୍ତି। ଏହି ରହଣି କାଳରେ ସେ ଭାରତୀୟ ପରିବେଶ ସଂପର୍କରେ ଅଭିଜ୍ଞତା ହାସଲ କରିଛନ୍ତି। ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମରେ ଶୁକ୍ରବାର କହିଛନ୍ତି, ଆମେ ନିଜେ ନିଜେ ଯଦି ସଚେତନ ହୋଇ ନିଜ ନିଜ ଚାରିପାଖକୁ ସଫା ରଖିବା ତେବେ ପୃଥିବୀ ସଫା ହେଇଯିବ।
ଲାଜାର ଆହୁରି ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ କଥା ନିଜ ଭାଷଣରେ ଉଲ୍ଲେଖ କରିଥିଲେ ଓ ବଡ ପାଟିରେ ଜୟ ଜଗନ୍ନାଥ ଉଚ୍ଚାରଣ କରିଥିଲେ ଓ ତାଙ୍କ ସହିତ ସମସ୍ତେ ସ୍ୱର ମିଳାଇ ଜୟ ଜଗନ୍ନାଥ କହିଥିଲେ। ଲାଜାର କହିଥିଲେ, ଜଗନ୍ନାଥ ହେଉଛନ୍ତି ଗୋଟେ ସଂସ୍କୃତି, ସେ ପ୍ରତି ଓଡ଼ିଆଙ୍କ ଭିତରେ ଅଛନ୍ତି। ଠିକ୍ ସେହିପରି ପ୍ରକୃତି ଓ ପରିବେଶ ମଧ୍ୟ ଆମ ଭିତରେ ବାସ କରିବା ଉଚିତ୍। ଆମେ ପନିର୍ ବଟର୍ ମସଲା ବନାଇ ରିଲ୍ସରେ ଦେଖାଇବା ଜାଣନ୍ତି, ହେଲେ ଅଳିଆ ସଫା କରି ଦୁନିଆକୁ ଦେଖାଇବାକୁ ଆମେ ପଛଘୁଞ୍ଚା ଦେଉ।
ସୂଚନାଯୋଗ୍ୟ, ଲଜାର୍ ଏବେ Clean4India ଅଭିଯାନରେ ସାମିଲ ଅଛନ୍ତି। ସୋସିଆଲ ମିଡିଆରେ ସେ ନିଜ କାମ ସମ୍ପର୍କରେ ସୂଚନା ଦେଇ ଅନ୍ୟ ମାନଙ୍କୁ ଏଥିରେ ସାମିଲ ହେବାକୁ ଉତ୍ସାହିତ କରୁଛନ୍ତି।

39 minutes ago
1


