BJD: ଛତ୍ରପୁର ବିଜେଡିର ଜନସଂପର୍କ ପଦଯାତ୍ରା

43 minutes ago 1
ARTICLE AD BOX

ଛତ୍ରପୁର: ପାଖେଇ ଆସୁଛି ପୌର ଓ ପଂଚାୟତ ନିର୍ବାଚନ । ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେପି ତଥା ଶାସକ ଦଳକୁ ଚେକ୍ ଦେବା ପାଇଁ ବିଜେଡି ଅଂଟା ଭିଡିଛି । ବିଜେପି ସରକାର ବିଫଳତା ଓ ମିଥ୍ୟା ପ୍ରତିଶ୍ରୁତିକୁ ଗାଁ ଗାଁରେ ପହଂଚାଇବା ପାଇଁ ବିଜେଡି ଯୋଜନା କରିଛି । ଦଳ ପକ୍ଷରୁ ଆଜି ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଜନସଂପର୍କ ପଦଯାତ୍ରାରେ ଆହ୍ୱାନ ଦେଇଛି । ଛତ୍ରପୁର ଲୋଏର ବସଷ୍ଟାଣ୍ଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସଭାରେ ଶାସକ ଦଳର ବିଧାୟକଙ୍କୁ ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ୍‌.ଚକ୍ରପାଣି ରେଡ୍ଡୀ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି । ସାଢ଼େ ୨ ବର୍ଷରେ ଆପଣଙ୍କ ସରକାର ଛତ୍ରପୁର ନିର୍ବାଚନଣ୍ଡଳୀର କେଉଁ ପ୍ରକାଶ ବିକାଶ କରିଛ ତାହାର ଜବାବ ଦେବ କି ନା ପୂର୍ବ ସରକାରରେ ଯେଉଁ ବିକାଶ କାମ ହୋଇଛି ତାହାକୁ କେବଳ ରଙ୍ଗ ମାରି ବିକାଶ କରିବାର ବାହାବାହା ନେଉଛନ୍ତି । ମୁଁ ଜଣେ ସାମାନ୍ୟ ପଂଚାୟତ ପ୍ରତିନିଧି ଭାବେ କେତେ ଜଣଙ୍କୁ ବେକାରୀ ଯୁବକଯୁବତୀଙ୍କୁ ବିଭିନ୍ନ କମ୍ପାନୀଗୁଡିକରେ ନିଯୁକ୍ତି ଦେଇଛି ଏବଂ ଆପଣ ଜଣେ ବିଧାୟକ ଭାବେ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ କେତେ ନିଯୁକ୍ତି ଦେଇଛନ୍ତି ତାହାକୁ ସର୍ବ ସମ୍ମୁଖରେ ଶ୍ୱେତପତ୍ର ମାଧ୍ୟମରେ ଉତ୍ତର ରଖନ୍ତୁ ।

ଛତ୍ରପୁର ଅଂଚଳର ବିଭିନ୍ନ ସ୍ଥାନରୁ ଖଣିଜ ସମ୍ପଦ ଲୁଟ୍ କରି ପରବର୍ତ୍ତୀ ସମୟରେ ସେଠାରେ ନିଆଁ ଲଗାଇ ଦିଆଯାଉଛି । ଛତ୍ରପୁର ନିର୍ବାଚନମଣ୍ଡଳୀରେ କିଏ ମୃତ୍ୟୁ ହେବ କିମ୍ବା ରୋଗୀଙ୍କୁ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଦେଇଦେଲେ ବିକାଶ ହୋଇଯିବ ନାହିଁ । ଛତ୍ରପୁର ଏନ୍‌ଏସିରେ ୫ଟି ପଂଚାୟତକୁ ମିଶ୍ରଣ କରାଯାଇ ପୌରପରିଷଦ ଗଠନ କରାଯାଇଛି । ଏବାବଦରେ ସେହି ଅଂଚଳର ବିକାଶ ଦିଗରେ ଆପଣଙ୍କ ସରକାର କେତେ ଟଙ୍କା ଖର୍ଚ କରିବା ପାଇଁ ଘୋଷଣା କରିଛନ୍ତି କୁହନ୍ତୁ । ଖାଲି ଏତେ ବଡ ଏରିଆ ନେଇ ପୌରପରିଷଦ ଗଠନ କରିବାର ବାହାପଣିଆ ନେଉଛନ୍ତି କିନ୍ତୁ ବିକାଶ ଶୂନ । ବିଜେଡି ସରକାର ସବୁବେଳେ ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇଛି । ହେଲେ ସାଢ଼େ ୨ ବର୍ଷ ହେଲା ନୂତନ ସରକାର ସେ ସବୁରେ ଫେଲ୍ ମାରିଛି । ବିଜେଡି ୨୪ ବର୍ଷରେ ଯେଉଁ ବିକାଶ କରିଛି ସେ ସଂପର୍କରେ ଗାଁକୁ ଗାଁ ବୁଲି ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ । କିପରି ବିଜେଡିର କାମକୁ ବିଜେପି ରଙ୍ଗ ବଦଳେଇ ଖ୍ନେୟ ନେବାକୁ ହୀନ ଉଦ୍ୟମ କରୁଛି ତାକୁ ଲୋକଙ୍କୁ ସଚେତନ କରିବ ଏବଂ ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ଜାତୀୟସ୍ତରରେ ମଧ୍ୟ ନିନ୍ଦା ଗୋଟାଇଛି ।

ଆହୁରି ପଢନ୍ତୁ: India Pakistan Border: ସେନା ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ: ଅନୁପ୍ରବେଶ ଉଦ୍ୟମ ପଣ୍ଡ

ତେଣୁ ଏହାକୁ ମୁଖ୍ୟ ମୁଦା କରି ପ୍ରାୟ ଦେଢ଼ମାସ ଧରି ରହିଥିବା ପଦଯାତ୍ରା ମାଧ୍ୟମରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଗାଁକୁ ଗାଁ ଯାଇ ଲୋକଙ୍କୁ ସଚେତନତା କରାଇବ ବୋଲି ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କରି ବକ୍ତବ୍ୟରେ କହିଛନ୍ତି । ଆଜି ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଥମେ ପୁଲିସ ପଡିଆ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପଦଯାତ୍ରା ଛତ୍ରପୁର ପୌରପରିଷଦରୁ ଆରମ୍ଭ କରିଛି । ପରେ ଲୋଏର ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଆହୁରି ପଢନ୍ତୁ: Earth Again Conference 2026: ‘ଓଡ଼ିଶାରେ ୩୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି‘

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଜ୍ଝଭାପତି ପ୍ରଶାନ୍ତ କୁମାର ପଣ୍ଡା,ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା,ଗଞ୍ଜାମ ବ୍ଲକ ସଭାପତି ରଞ୍ଜନ ପଲେଇ, ଛତ୍ରପୁର ପୌରପରିଷଦର ସଭାପତି ବି.ରାଜୁ ବାବୁ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଗଞ୍ଜାମ ନଗର ବିଜେଡି ସଭାପତି ସୁଧୀର ପାଢୀ, ରମ୍ଭା ଏନଏସି ବିଜେଡି ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ଯୁବନେତା  ସୁରେଶ ଦାଶ, , ବିପୁଳିଙ୍ଗି ସରପଂଚ ହୀନା ସେଠୀ, ବିଜେଡି ଜିଲ୍ଲା ଉପସଭାପତି ରାଜେଶ କୁମାର ସାହୁ, ପୂର୍ବତନ କାଉନସଲିର କିଶୋର ଚନ୍ଦ୍ର ସେନାପତି ଓ ଟି.ଚନ୍ଦ୍ରଶେଖର ରାଓ, ଗଗନ ସ୍ୱାଇଁ, ପୂର୍ବତନ ସରପଂଚ ଶରତ ଖୁଂଟିଆଙ୍କ ସମେତ ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟକ ଆଗଧାଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.