Earth Again Conference 2026: ଜମି ପାଇଥିବା ମହିଳାଙ୍କ ସମ୍ପର୍କରେ ସରକାରଙ୍କ ନିକଟରେ ତଥ୍ୟ ନାହିଁ!

50 minutes ago 2
ARTICLE AD BOX

ଭୁବନେଶ୍ବର: ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୬ ଆଜି ଠାରୁ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃହରେ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ଏଫ୍‌ଇଏସ୍‌ର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅପୃୱା ସାଇଲଜା ଯୋଗ ଦେଇ କହିଛନ୍ତି, ଜମି ପାଇଥିବା ମହିଳାମାନଙ୍କ ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ତଥ୍ୟ ନଥିବା ଜଣାପଡ଼ିଛି। ସେ କହିଛନ୍ତି, ଜଙ୍ଗଲ ଅଧିକାର ଆଇନ ଅଧୀନରେ ବିଭିନ୍ନ କମିଟି ଗଠନ କରାଯାଇ ସେମାନଙ୍କୁ ଗୋଷ୍ଠୀ ସମ୍ପଦର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ତେବେ ଏହି କମିଟିଗୁଡ଼ିକ ମଧ୍ୟରୁ କେତେକରେ ମହିଳାମାନେ ନେତୃତ୍ୱ ବା ମୁଖ୍ୟ ଦାୟିତ୍ୱରେ ଅଛନ୍ତି, ସେ ନେଇ ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ହିସାବ ନାହିଁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସରକାର ସାର୍ବଜନୀନ ତଥା ଉପଲବ୍ଧ କରାନ୍ତୁ ବୋଲି ଦାବି କରିଛନ୍ତି 

ସେହିପରି ସମ୍ମଳନୀରେ ମୟୂରଭଂଜରୁ ଆ‌ଦିବାସୀ ଗୋଷ୍ଠୀର ନେତ୍ରୀ ସୋନାଲି ହାଂସଦା କହିଛନ୍ତି, ଆଦିବାସୀମାନଙ୍କର ଜଙ୍ଗଲକୁ ମା ମାନୁ। ଆମେ ଜଙ୍ଗଲ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଆମେ ସକାଳ ଉଠିଲା ମାତ୍ରେ ସବୁଦିନ ଜଙ୍ଗଲକୁ ଯାଉ। ତେଣୁ ଜଙ୍ଗଲ କ୍ଷୟ ହେବା ଦ୍ୱାରା ଆମେମାନେ ଯେଉଁ ଜଙ୍ଗଲରୁ ପାଉଥିଲୁ ଆଗରୁ, ଯେମିତି କି ଲାଖ, ମହୁ, ଝୁଣା ସେସବୁ ପାଉନାହୁଁ, ଯାହାଫଳରେ ଆମ ଜୀବନଜୀବିକାରେ ବହୁତ ପ୍ରଭାବ ପଡୁଛି। ଆମେ ଆଗରୁ ୧୦-୧୫ ବର୍ଷ ପୂର୍ବରୁ ଆମର ଜେଜେବାପା କି ଜେଜେମା ମାନେ ଥିଲେ ସେମାନେ ଜଙ୍ଗଲରୁ ୧୧-୧୨ ପ୍ରକାରର ସିଜିନାଲ୍ ଶାଗ ପାଉଥିଲେ କିନ୍ତୁ ଏବେ ତାହା ଦେଖିବା ପାଇଁ ମିଳୁନାହିଁ। ଯାହାଫଳରେ ଆମର ଗ୍ରାମାଞ୍ଚଳରେ, ବିଶେଷକରି ଆଦିବାସୀମାନଙ୍କ ଉପରେ ମାଲ୍‌ନ୍ୟୁଟ୍ରିସନ୍ ବହୁତ ଦେଖାଦେଉଛି। ୭୦% ମହିଳା ଏବଂ ଶିଶୁମାନେ ମାଲ୍‌ନ୍ୟୁଟ୍ରିସନ୍‌ର ଶିକାର ହେଉଛନ୍ତି। ତା'ସହିତ କ୍ଲାଇମେଟ୍ ଚେଞ୍ଜ ହେବା ଦ୍ୱାରା ଆମର ଚାଷବାସ ଉପରେ ମଧ୍ୟ ବହୁତ ପ୍ରଭାବ ପଡ଼ୁଛି। ଜଙ୍ଗଲ କଟକଣା ଆଦିବାସୀଙ୍କ ରୋଜଗାର ଛଡ଼ାଇ ନେଇଛି। ଫଳରେ ଆଦିବାସୀ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛି। 

ଫଟୋରେ ଦେଖନ୍ତୁ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬

Read Entire Article
LEFT SIDEBAR AD

Hidden in mobile, Best for skyscrapers.