ସିରିଜ ଚୋରି ପରେ ଗ୍ରାମବାସୀ ଭୟଭୀତ: ଘଟଣାର ତଦନ୍ତ କରୁଛି ପୁଲିସ

1 hour ago 1
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦରଥାନା ପ୍ରଧାନପାଟ ଗାଁରେ ସିରିଜଚୋରିର ଅଭିଯୋଗ ହୋଇଛି। ଗୋଟିଏ ରାତିରେ ୩ଜଣଙ୍କ ଘରୁ ଚୋରମାନେ କଳାକନା ବୁଲାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ପ୍ରଧାନପାଟ ଗାଁର ଝରଣା ପଟେଲଙ୍କ ଘରୁ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ୫ ହଜାର ଟଙ୍କା ଚୋରି ହୋଇଛି।

ସୂଚନାଯୋଗ୍ୟ, ପ୍ରଧାନପାଟ ଗାଁର ଝରଣା ପଟେଲ ନିଜ ପରିବାର ସହ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଘରେ ଥିବା ଗୋଟିଏ ସୁନା ଚେନ, ଗୋଟିଏ ସୁନା ମୁଦି ଓ ଗୋଟିଏ ବ୍ରାସଲେଟ ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସେହିପରି ଲିଲିମା ନାଏକ ଓ ସରିତା ମାଝୀଙ୍କ ଘରେ ବି ଚୋର ପଶି କଂସା ବାସନକୁସନ ଓ ଅନ୍ୟ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି।

ସିରିଜ ଚୋରି ଘଟଣାର ତଦନ୍ତ କରୁଛି ପୁଲିସ

ଆଜି   ସକାଳ ୮ଟାରେ ଘଟଣାଟି ସାମ୍ନାକୁ ଆସିବା ପରେ  ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ତନାଘନା ଚଲାଇଛି। ଚୋରି ପଛରେ କିଏ ଅଛି ଓ  ଦୁର୍ବୃତ୍ତମାନେ କେଉଁ ଦିଗକୁ ଫେରାର ହୋଇ ଯାଇଛନ୍ତି ସେନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାପରେ ରାତି ହେଲେ ଗ୍ରାମବାସୀଙ୍କ ମନରେ ଛନକା ପଶି ଯାଉଛି। ରାତିରେ ନିଦ ହେଉ ନାହିଁ କି ଜରୁରୀ କାମ ପଡ଼ିଲେ ବି ଘର ତାଲା ପକାଇ ଯିବାକୁ ସାହାସ ହେଉନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.