ARTICLE AD BOX
/sambad/media/media_files/2026/09/04/p1-2026-09-04-20-57-45.jpeg)
1/7
ସ୍ମାର୍ଟ ପୁଲିସିଂ ନୀତି ଆପଣାଇବାକୁ ପଡ଼ିବ
ପୁଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସ୍ମାର୍ଟ ପୁଲିସିଂ ନୀତି ଆପଣାଇବାକୁ ପଡ଼ିବ। ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହିଛନ୍ତି।
/sambad/media/media_files/2026/09/04/p-2026-09-04-20-58-15.jpeg)
2/7
ଦୁର୍ନୀତିଠାରୁ ଦୂରେଇ ରହିବା
ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ଦୁର୍ନୀତିଠାରୁ ଦୂରେଇ ରହିବା, ୟୁନିଫର୍ମ ସର୍ଭିସ୍ରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା, କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା କିଭଳି ମିଳିବ ଏବଂ ଅପରାଧୀ କିଭଳି ଖସି ନଯିବେ, ସେଥିପ୍ରତି ଯତ୍ନବାନ ହେବାକୁ ନୂଆ ନିଯୁକ୍ତି ପାଇଥିବା ୩୩୬ଜଣ ସବ୍ଇନ୍ସପେକ୍ଟର୍ଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।
/sambad/media/media_files/2026/09/04/p2-2026-09-04-20-58-51.jpeg)
3/7
୭୦ଜଣ ମହିଳା ଏସ୍ଆଇ ସାମିଲ
ଏହି ବ୍ୟାଚ୍ରେ ୭୦ଜଣ ମହିଳା ଏସ୍ଆଇ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଶାର ନାରୀ ସଶକ୍ତୀକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ପ୍ରତିଫଳନ ବୋଲି କହିଛନ୍ତି। ଦୁଇ ବର୍ଷ ମଧ୍ୟରେ ପୁଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବି ସୃଷ୍ଟି କରାଯିବା ସହ ୫,୮୧୭ଟି ପଦବି ପୂରଣ କରାଯାଇଛି। ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି। ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସୂଚନା ଦେଇଛନ୍ତି।
/sambad/media/media_files/2026/09/04/p3-2026-09-04-20-59-23.jpeg)
4/7
ଅପରାଧୀଙ୍କ ଖସିବା ବାଟରେ ପ୍ରତିବନ୍ଧକ ହେବା
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁଲିସ ଅଧିକାରୀ ବା କର୍ମଚାରୀ ସବୁବେଳେ ଅପରାଧୀଙ୍କ ଖସିବା ବାଟରେ ପ୍ରତିବନ୍ଧକ ହେବା ସହ ନିର୍ଦ୍ଦୋଷକୁ ନ୍ୟାୟ ମିଳିବାରେ ସହାୟକ ହେବା ଉଚିତ। ଏଥିପାଇଁ ‘ସେବା ଓ ସୁରକ୍ଷା’ ମନ୍ତ୍ରରେ ସେମାନେ କାର୍ଯ୍ୟ କରିବା ଆବଶ୍ୟକ।
/sambad/media/media_files/2026/09/04/p4-2026-09-04-20-59-57.jpeg)
5/7
ସମ୍ମାନିତ ହେଲେ କୃତୀ କ୍ୟାଡେଟ୍
ସମାରୋହରେ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା କୃତୀ କ୍ୟାଡେଟ୍ମାନଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବାଧିକ ନମ୍ବର ରଖିଥିବାରୁ ପି. ନଳିନୀ ରାଓଙ୍କୁ ରାଜ୍ୟପାଳଙ୍କ ପଦକ, ଟ୍ରଫି ସହ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି।
/sambad/media/media_files/2026/09/04/p5-2026-09-04-21-00-43.jpeg)
6/7
ମୁଖ୍ୟମନ୍ତ୍ରୀ ଟ୍ରଫି ସହ ପୁରସ୍କାର ପ୍ରଦାନ
ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଓ ଆଶୁତୋଷ ନାୟକଙ୍କୁ ପୁଲିସ ପ୍ରଶିକ୍ଷଣରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଛି।
/sambad/media/media_files/2026/09/04/p7-2026-09-04-21-01-12.jpeg)
7/7
ସାଧୁତାର ସହ ଦାୟିତ୍ୱ ତୁଲାଇବାକୁ ହେବ
ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି ଯେ ପୁଲିସ ସେବାରେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ସାହସିକତା, ନିଷ୍ଠା ଓ ସାଧୁତାର ସହିତ ନିଜର ଦାୟିତ୍ୱ ତୁଲାଇବାକୁ ହେବ। ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଓ ସ୍ମାର୍ଟ ପୁଲିସିଂ ବ୍ୟବସ୍ଥାର ଉପଯୋଗ କରିବା ଜରୁରୀ। ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅନୁପ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ।

43 minutes ago
1

