ARTICLE AD BOX
ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଗତବର୍ଷ ପାକିସ୍ତାନ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିବା ସମୟରେ ଚୀନ୍ ପାକିସ୍ତାନକୁ ସାମରିକ ସମର୍ଥନ କରିଥିଲା । ତେବେ ଏହା ପଛରେ ଚୀନ୍ର ଏକ ବଡ଼ ରଣନୀତି ରହିଥିଲା । ଭାରତର ଉତ୍ଥାନକୁ ରୋକିବା ସଂକ୍ରାନ୍ତ ଚୀନ୍ର ଏକ ବିଶାଳ ରଣନୀତିର ଏହା ଏକ ଅଂଶ ଥିଲା ବୋଲି ଆମେରିକା ସଂସଦୀୟ କମିଟିର ଏକ ରିପୋର୍ଟରୁ ଜଣାପଡ଼ିଛି ।
Shooting: ହରିଦ୍ବାରରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସରଙ୍କୁ ଦେଶୀ ବନ୍ଧୁକରୁ ଗୁଳି କଲା ଡ୍ରାଇଭର
ଆମେରିକା-ଚୀନ୍ ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା କମିସନଏହାର ବାର୍ଷିକ ରିପୋର୍ଟରେ ଏହି ଦାବି କରିଛି । ରିପୋର୍ଟରେ ମଧ୍ୟ ଏହା କୁହାଯାଇଛି ଯେ ଚୀନ୍ ସର୍ବଦା ସୀମା ନିକଟରେ ଭାରତ ଉପରେ ସାମରିକ ଚାପ ପକାଇଛି ଏବଂ ଶିଳ୍ପ କ୍ଷେତ୍ରରେ ଏହା ଆବଶ୍ୟକ ସାମଗ୍ରୀ ଯୋଗାଣ ଉପରେ କଟକଣା ଲଗାଇବା ଭଳି ପଦକ୍ଷେପ ଗ୍ରହଣ କରିଛି । କମିଟି ଏହାର ରିପୋର୍ଟରେ କହିଛି ଯେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍ କରିଥିବା ସାମରିକ ସହଯୋଗ ଭାରତର ବଢ଼ୁଥିବା ପ୍ରଭାବକୁ ସୀମିତ କରିବାପାଇଁ ଏହାର ଏକ ବ୍ୟାପକ ରଣନୀତିର ଅଂଶ ଥିଲା । ରିପୋର୍ଟରେ କୁହାଯାଇଛି ଯେ ଭାରତର ବଢ଼ୁଥିବା ଆର୍ଥିକ ଓ ସାମରିକ କ୍ଷମତାକୁ ଚୀନ୍ ନିଜ ପାଇଁ ଏକ ରଣନୈତିକ ଆହ୍ବାନ ଭାବେ ଦେଖୁଛି ।
କମିଟି ଅନୁଯାୟୀ ଭାରତ ଆମେରିକାର ସାମରିକ ମେଣ୍ଟରେ ସାମିଲ ନଥିବା ସତ୍ତ୍ୱେ ଏସିଆରେ ଚୀନ୍ର ପ୍ରଭାବକୁ ସନ୍ତୁଳନ କରିବାର କ୍ଷମତା ରଖିଛି । ଚୀନ୍ ଏହା ଭଲଭାବେ ଜାଣିଛି ଏବଂ ଭାରତର ଉତ୍ଥାନକୁ ବିଭିନ୍ନ କ୍ଷେତ୍ରରେ ଚାପିବା ଦିଗରେ ସକ୍ରିୟ ଭାବେ କାମ କରୁଛି । କମିଟି ମଧ୍ୟ ଚେତାବନୀ ଦେଇଛି ଯେ ଚୀନ୍ ପାକିସ୍ତାନକୁ ସମର୍ଥନ କରିବା ବାଦ୍ ସୀମା ନିକଟରେ ଏହା ନିଜର ସାମରିକ ନିର୍ମାଣ ଜାରି ରଖିଛି । ଭାାରତ ମହାସାଗରରେ ଚୀନ୍ ନିଜ ନୌସେନା ଉପସ୍ଥିତିକୁ ସମ୍ପ୍ରସାରଣ କରିବା ସହ ଗୁଇନ୍ଦାଗିରି କାର୍ଯ୍ୟକଳାପ ବୃଦ୍ଧି କରିଛି ବୋଲି କମିଟି ଏହାର ରିପୋର୍ଟରେ ସତର୍କ କରିଛି ।

7 hours ago
1


